22.1 C
Bhubaneswar
Thursday, December 5, 2024
Homeଓଡିଶା୧୫ ଧରି ନିଖୋଜ ଥିଲା ଶିଶୁକନ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ

୧୫ ଧରି ନିଖୋଜ ଥିଲା ଶିଶୁକନ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ

ରାଇରଙ୍ଗପୁର: ଜଙ୍ଗଲରୁ ନିଖୋଜ ଶିଶୁ କନ୍ୟା ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡକେଡମ ଗ୍ରାମ ନିକଟସ୍ଥ ମଙ୍ଗଲଡିହି ବସତିର ଖେଲା ଟୁଡୁଙ୍କ ଦେଢ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଗତ ଏପ୍ରିଲ ୧୫ ତାରିଖରୁ ନିଖୋଜ ଥିଲା ଖେଲା ଟୁଡୁଙ୍କ ଝିଅ । ଚଳିତ ମାସ ୧୫ ତାରିଖଠାରୁ ଖେଲା ଟୁଡୁଙ୍କ ଝିଅ ନିଖୋଜ ଥିଲା । ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାର ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ୧୫ ତାରିଖଠାରୁ ବଡକେଡମ ଗ୍ରାମର ପଡାଗ୍ରାମ ମଙ୍ଗଲଡିହି ବାସିନ୍ଦା ଖେଲା ଟୁଡୁଙ୍କ ଦେଢ ବର୍ଷ ବୟସର ଶିଶୁ କନ୍ୟା ବର୍ଷା ଟୁଡ ଓ ଅନ୍ୟ ଜଣେ ଦୁଇ ବର୍ଷ ବୟସ୍କ ଶିଶୁ କନ୍ୟା ସହ ଘର ନିକଟରେ ଖେଳୁଥିଲା ।

ଏହି ସମୟରେ ହଠାତ ହୁହେଁ କେଉଁଆଡେ ଚାଲି ଯାଇଥିଲା । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ । ଦୁଇ ବର୍ଷର ଶିଶୁ କନ୍ୟାଟିକୁ ଫେରି ପାଇଥିବାବେଳେ ଦେଢ ବର୍ଷର ବର୍ଷା ନିଖୋଜ ଥିଲା । ପରିଜନ ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏନେଇ ନିକଟସ୍ଥ ଝରାଡିହି ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ । ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ଲୋକ ଜଙ୍ଗଲରେ ବର୍ଷାର ମୃତଦେହ ପଡିଥିବା ଦେଖିଥିଲେ । ଝିଅର ମୃତଦେହ ନିକଟସ୍ଥ ଜଙ୍ଗଲ ନିମଡୁଙ୍ଗୁରୀର ଛୋଟ ମଶାଣୀ ନିକଟ ଗଛ ମୂଳରେ ପଡି ରହିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଝିଅର ପିନ୍ଧା ପୋଷାକରୁ ତାହା ତାଙ୍କ ଝିଅ ବର୍ଷାର ବୋଲି ନିଶ୍ଚିତ ହୋଇଥିଲେ ପରିବାର । ପରେ ଝରାଡିହି ଫାଣ୍ଡିରେ ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ ହୋଇଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଦଳବଳ ସହ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ମୃତଦେହକୁ ବାରିପଦା ପିଆରଏମ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking