27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିବାହ ମଣ୍ଡପରୁ ପ୍ରେମିକ ସହ କନ୍ୟା ଫେରାର

ବିବାହ ମଣ୍ଡପରୁ ପ୍ରେମିକ ସହ କନ୍ୟା ଫେରାର

ଲକ୍ଷ୍ନୌ: ବିବାହ ମଣ୍ଡପରୁ ପ୍ରେମିକ ସହ ଫେରାର ହେଲା କନ୍ୟା । ବର ଜଣକ ଏହି ଖବର ଶୁଣିବା ପରେ ଲଜ୍ଜାରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଗରୁୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନିକଟସ୍ଥ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର୍ କରିଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ କୋତୱାଲୀ ଥାନା ଅଞ୍ଚଳରେ । ସେହି ଅଞ୍ଚଳର ଅଜୟ କୁମାର ନାମକ ଜଣେ ଯୁବକଙ୍କ ବିବାହ ନିକଟବର୍ତ୍ତୀ ଗାଁର ଜଣେ ଯୁବତୀଙ୍କ ସହ ଗତ ୨୮ ତାରିଖ ଦିନ ସ୍ଥିର ହୋଇଥିଲା ।

ଏଥିପାଇଁ ଉଭୟ ବରପକ୍ଷ ଏବଂ କନ୍ୟା ପକ୍ଷ ଲୋକେ ବେଶ ଖୁସି ଥିବାବେଳେ ବିବାହ ପାଇଁ ସମସ୍ତ ଆୟୋଜନ ଖୁବ ଧୁମଧାମରେ କରାଯାଇଥିଲା । ବାଜା, ବାଣ, ରୋଶଣୀରେ ବରଯାତ୍ରୀଙ୍କୁ ସାଥୀରେ ନେଇ କନ୍ୟା ଘରେ ପହଞ୍ଚିଥିଲା ବର । ହେଲେ ବରମାଳା ପିନ୍ଧାଇବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଅଜୟ ବର ବେଶରେ ସେଠାରେ ପହଞ୍ଚିବା ପରେ ତାଙ୍କୁ କନ୍ୟା ପକ୍ଷ ଲୋକେ ସ୍ୱାଗତ କରିଥିଲେ । ପରେ ବେଦୀ ଉପରେ ପରମ୍ପରା ଅନୁସାରେ ସମସ୍ତ ରୀତିନୀତି ମଧ୍ୟ ସମ୍ପନ୍ନ କରଯାଇଥିଲା । ଏହାପରେ ବରମାଳା ପିନ୍ଧାଇବାର ସମୟ ଆସିଥିଲା । ସେହି ସମୟରେ କନ୍ୟାଙ୍କୁ ଖୋଜା ପଡିଥିବାବେଳେ କନ୍ୟା ଜଣକ ଫେରାର ଥିବା ଜଣାପଡିଥିଲା ।

ଆଉ ଏହି କଥା ପ୍ରଘଟ ହେବା ପରେ ଏହାକୁ ଗ୍ରହଣ ନକରିପାରି ମର୍ମାହତ ହୋଇପଡିଥିଲେ ଅଜୟ । ଶିଶୁପାଳ ହୋଇ ଫେରିବା ଘଟଣାକୁ ଗ୍ରହଣ କରିନପାରି ଶେଷରେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ବିବାହ ମଣ୍ଡପରୁ କନ୍ୟା ଜଣକ ପ୍ରେମିକ ସହ ଫେରାର ହୋଇଥିବା ଶୁଣିବା ପରେ ବର ପକ୍ଷ ଲୋକେ ରାଗି ଯାଇଥିଲେ । ଯାହକୁ ନେଇ ବିବାହ ଉତ୍ସବରେ ଥିବା ଖୁସିର ମାହୋଲ ନିମିଷକରେ ବଦଳି ଯାଇଥିଲା । ଉଭୟ ପକ୍ଷରୁ ଗଣ୍ଡଗୋଳ ଯୋଗୁଁ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଆଉ ଶେଷରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା । ଘରକୁ ଫେରିବା ପରେ ନିଜ ସହ ଘଟିଥିବା ଏହି ଦୁଃଖଦ ଘଟଣାକୁ ସହ୍ୟ କରି ନପାରି ଦୀବନ ହାରିବାକୁ ଉଦ୍ୟମ କରିଥିଲେ ଅଜୟ । ସକାଳୁ ସକାଳୁ ଅଜୟଙ୍କ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ । ସେମାନେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ବର୍ତ୍ତମାନ ସଙ୍କଟାପନ୍ନ ଅବସ୍ଥାରେ ଅଜୟଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking