17.1 C
Bhubaneswar
Monday, November 25, 2024
Homeଅପରାଧଜେଣ୍ଡର ବଦଳାଇ ୪ ପୁରୁଷ ହୋଇଥିଲେ ମହିଳା

ଜେଣ୍ଡର ବଦଳାଇ ୪ ପୁରୁଷ ହୋଇଥିଲେ ମହିଳା

ଇନ୍ଦୋର :  ସ୍ପା ସେଣ୍ଟର ନାଁରେ ଦେହ ବେପାର । ଦିନ ଦ୍ୱିପ୍ରହରରେ ସେକ୍ସ ସ୍କାଣ୍ଡାଲ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ , ଏଥିରେ  ଝିଅ ବେଶରେ ସଂପୃକ୍ତ ପୁରୁଷ । ଜେଣ୍ଡର ବଦଳାଇ ସେମାନେ ହୋଇଥିଲେ ପୁରୁଷରୁ ଯୁବତୀ । ଏମିତି ଏକ ଚର୍ଚ୍ଚିତ ଖବର ମଧ୍ୟ ପ୍ରଦେଶର ଇନ୍ଦୋରରୁ ସାମନାକୁ ଆସିଛି ।

ଆଜତକ୍‌ରେ ପ୍ରକାଶିତ ତଥ୍ୟ ଆଧାରରେ , ୨ଦିନ ପୂର୍ବେ ପୁଲିସ୍‌ ସ୍ପା ସେଣ୍ଟର ଆଳରେ ଚାଲୁଥିବା ଦେହ ବେପାରର ପର୍ଦ୍ଦାଫାସ କରିଥିଲା ପୁଲିସ । ଯେଉଁଥିରେ ଅନେକ ବିଦେଶୀ ଯୁବତୀଙ୍କୁ ମଧ୍ୟ ଗିରଫ କରାଯାଇ ଥିଲା । ଏହାପରେ ଉକ୍ତ ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରିବା ପରେ ପୁଲିସ୍ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ପାଇଥିଲା ।

ପୁଲିସ୍‌ ମୁତାବକ, ଏଟମ ସ୍ପା ସେଣ୍ଟରରୁ ୧୦ ଜଣ ଯୁବତୀ ଓ ୮ ଯୁବକଙ୍କୁ ଗିରଫ କରାଯାଇ ଥିଲା । ଯେଉଁଥିରେ ୭ଜଣ ଯୁବତୀ ଥାଇଲାଣ୍ଡର ଥିଲେ , ହେଲେ ଏଥିରେ ୪ଜଣ ନିଜର ଜେଣ୍ଡର ବଦଳାଇ ଥିଲେ ଏବଂ ପାସପୋର୍ଟରେ ସେମାନଙ୍କର ଜେଣ୍ଡର ମେଲ୍‌ ରହିଥିଲା। ଅନ୍ୟ ୩ଜଣଙ୍କର ପାସପୋର୍ଟର ସୂଚନା ବିଷୟରେ ତଲାସ ଚାଲିଛି।

ସ୍ପା ଆଳରେ ସେକ୍ସ ଧନ୍ଦା କରୁଥିବାର ସୂଚନା ଇନ୍ଦୋର କ୍ରାଇମ୍‌ ବ୍ରାଞ୍ଚକୁ ମିଳିଥିଲା। ଏହା ଉପରେ ମହିଳା ପୁଲିସ ଓ କ୍ରାଇମ୍‌ ବ୍ରାଞ୍ଚ ମିଳିତ କାର୍ଯ୍ୟାନୁଷ୍ଠାନ କରି ଘଟଣା ସ୍ଥଳରୁ ୧୮ଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରିଥିଲେ । ଯେଉଁଥିରେ ୧୦ ଯୁବତୀ ଓ ୮ ଯୁବକ ଥିଲେ ।  ସ୍ପା ସେଣ୍ଟର ସଂଚାଳକ ସଂଜୟ ପୁଲିସ୍‌ଙ୍କୁ କହିଥିଲେ କି ସେ ଏଟମ ସ୍ପାର ଫ୍ରାଞ୍ଚାଇଜି ନେଇଥିଲେ । ଏହା ପୂର୍ବରୁ ସେ ନିଜକୁ ସ୍ପାର ମ୍ୟାନେଜର ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking