27.1 C
Bhubaneswar
Friday, October 18, 2024
Homeଓଡିଶାଶେଷ ହୋଇଛି ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର

ଶେଷ ହୋଇଛି ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର

ପୁରୀ :ପୁରୀ ସ୍ଵର୍ଗଦ୍ଵାରରେ ଶେଷ ହୋଇଛି ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର । ଷ୍ଟେଟ ଅନର୍ ସହିତ ସାତକଡି ହୋତାଙ୍କୁ ସ୍ଵର୍ଗଦ୍ଵାର ଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସହ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପୋଲିସ ପକ୍ଷରୁ ଷ୍ଟେଟ୍ ଅନର୍ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ । ରବିବାର ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଥିଲା ।ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରଥିଲେ । ସୋମବାର ସ୍ଵର୍ଗଦ୍ଵାରରେ ବିଶିଷ୍ଟ ବ୍ୟକ୍ତି, ସଂଗଠକ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସ୍ଵର୍ଗଦ୍ଵାରରେ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking