18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଆଜି ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ

ଆଜି ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ

ନୂଆଦିଲ୍ଲୀ : ଆଜି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଛନ୍ତି। ସେହିପରି ଶ୍ରୀମତୀ ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ମଧ୍ୟ ଭେଟିଛନ୍ତି। ସେ କ୍ରମାଗତ ୭ମ ଥର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରି ରେକର୍ଡ ମଧ୍ୟ କରିବେ। ଆଜି ପୂର୍ବାହ୍ଣ ୧୧ଟାରେ ଭାରତ ସରକାରଙ୍କ ବଜେଟ୍‌ ଉପସ୍ଥାପନ କରିବେ। ସେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସୋମବାର ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ। ବଜେଟ୍‌ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣରେ ଆର୍ଥିକ ବର୍ଷ ୨୦୨୬ ପାଇଁ ୬.୫-୭ ପ୍ରତିଶତ ବୃଦ୍ଧି ଅନୁମାନ କରାଯାଇଛି। ବଜେଟ ଉପସ୍ଥାପନ ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ପରେ ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି । ଏହାପରେ ରାଷ୍ଟ୍ରପତି ଭବନ କୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଛନ୍ତି । ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ପୂର୍ଣ୍ଣାଙ୍ଗ ବଜେଟ ଉପରେ ରହିଛି ଦେଶବାସୀଙ୍କ ନଜର । ବଜେଟରେ କେଉଁ ବଡ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟରେ କେବଳ ଟିକସଦାତାଙ୍କ ପାଇଁ ନୁହେଁ ଲକ୍ଷଲକ୍ଷ ଯୁବପୀଢିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏଥିପାଇଁ ବଜେଟରୁ ଲୋକମାନେ ଅନେକ ଆଶା ରଖିଛନ୍ତି । ଚାକିରିଆ, ବ୍ୟବସାୟୀ, ମଧ୍ୟବିତବର୍ଗ, ଯୁବ, ମହିଳା, ବୃଦ୍ଧ ଓ ଚାଷୀଙ୍କ ପାଇଁ କିଛି ବଡ ଘୋଷଣା ହେବା ଆଶା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking