33.1 C
Bhubaneswar
Saturday, October 5, 2024
Homeଅପରାଧସାଙ୍ଗକୁ ହତ୍ୟା କରି ନଦୀରେ ଫୋପାଡିଲା ସାଙ୍ଗ

ସାଙ୍ଗକୁ ହତ୍ୟା କରି ନଦୀରେ ଫୋପାଡିଲା ସାଙ୍ଗ

ମୟୁରଭଞ୍ଜ: ସାଙ୍ଗକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କାଠଚୁଆ ଗ୍ରାମରେ । ଆନନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିଙ୍କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ କୌଣସି କାରଣରୁ ଲାଲାଙ୍କୁ ଏକ ବାଡ଼ିରେ ବାଡେଇ ଗୁରୁତର କରିବା ପରେ ତା’ ମୁହଁକୁ ପଥରରେ ଛେଚି ରତନା ହତ୍ୟା କରିଥିଲା । ଏହା ପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା । ଗତ ମଙ୍ଗଳବାର ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ତଦନ୍ତ କରି ରତନାଙ୍କୁ ଗିରଫ କରିଥିଲା । ଏଥିସହ ହତ୍ୟାରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି । ଏହା ପରେ ରତନା ସମସ୍ତ ଘଟଣା ପୋଲିସ ଆଗରେ କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking