ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଚାଷୀ ମୁଁହ ରେ ହସ ଫୁଟାଇବା ପାଇଁ ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡେ଼ଇ ସୁନେଲି ସପ୍ନ ଦେଖି ଛନ୍ତି l ସମଗ୍ର ସୁକିନ୍ଦା ଅଞ୍ଚଳ କୁ ଜଳ ସେଚିତ କରିବା ପ୍ରୟାସ ଆରମ୍ଭ କରିଛନ୍ତି l ଫସଲ ଉତ୍ପାଦନ ଖର୍ଚ୍ଚ କମାଇବା ଓ ଚାଷୀର ଆୟ ବୃଦ୍ଧି ପାଇଁ ଦାନଗଦିରେ ରେଙ୍ଗାଲି ବାମପାର୍ଶ୍ୱ କେନାଲର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ୨୫୦ କୋଟିର ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା 7ଟି ପଞ୍ଚାୟତର 1,552 ଏକର ଜମି ଜଳସେଚିତ ହେବ। ମୁଖ୍ୟ କେନାଲରୁ ପାର୍ଶ୍ୱ କେନାଲ ବାହାରିବା ପରେଯାଇପଂଚାୟତ ର ଚାଷୀ ଉପକୃତ ହେବେ l ଅନ୍ୟ ଓ ବିଧାୟକ ଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ କୋରାଇ ଅଞ୍ଚଳ ମଧ୍ୟ ଏହି କେନାଲ ଯାଇ ଚାଷୀ ଚାଷୀ ଉପକୃତ ହେବେ ।ରେଙ୍ଗାଲି କେନାଲ ନିର୍ମାଣ ଜାରି ରହିଥିବା ସୁକିନ୍ଦା ବ୍ଲକର 23ହଜାର 775ଏକର ଜମିରେ ପାଣି ପହଞ୍ଚିବାକୁ ଯାଉଛି। ଆଗକୁ ଖରାଦିନରେ ଉଭୟ ସୁକିନ୍ଦା-ଦାନଗଦିରେ ଚାଷ କାର୍ଯ୍ୟ ହୋଇପାରିବ।ସୁକିନ୍ଦା ଶିଳ୍ପ ନଗରୀ ରେ ଝଲସି ଉଠୁ ଥିବା ବେଳେ ପୁଣି ଶଷ୍ୟ ଶ୍ୟାମଳା ରେ ସୁକିନ୍ଦା ର ପଟ ଚିତ୍ର ବଦଳି ଯିବ ବିଧାୟକ ଙ୍କ ସୁନେଲି ସପ୍ନ ସାକାର ହେବ l