22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶହାଇକୋର୍ଟର ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ଗୁଳି କରି ହତ୍ୟା, ପୁଣି ଦେଖିବାକୁ ମିଳିଲା ଆତଙ୍କବାଦୀଙ୍କ ବର୍ବରତା

ହାଇକୋର୍ଟର ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ଗୁଳି କରି ହତ୍ୟା, ପୁଣି ଦେଖିବାକୁ ମିଳିଲା ଆତଙ୍କବାଦୀଙ୍କ ବର୍ବରତା

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି । ପାକିସ୍ତାନ ବେଲୁଚିସ୍ତାନର ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଏକ ମସଜିଦ ବାହାରେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ପୂର୍ବତନ ଜଷ୍ଟିସ ମହମ୍ମଦ ନୁର ମେସ୍କାଞ୍ଜାଇଙ୍କ ଉପରକୁ ଖରାନା ଅଞ୍ଚଳରେ ଗୁଳି ବର୍ଷଣ କରାଯାଇଥିବା ବେଳେ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ନୁରଙ୍କ ଉପରେ ଆତଙ୍କବାଦୀମାନେ ଭୟଙ୍କର ଭାବେ ଆକ୍ରମଣ କରିଥିବା ନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ବେଲୁଚିନ୍ତାନର ଏସପି । ଅନ୍ୟପକ୍ଷରେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ । ପୂର୍ବତନ ଜଷ୍ଟିସଙ୍କ ସେବା ସର୍ବଦା ଅସ୍ମରଣୀୟ ରହିବ । ଆତଙ୍କବାଦୀଙ୍କର ଏହି କାର୍ଯ୍ୟ ଭିରୁତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିକଟରେ ପୂର୍ବତନ ଜଷ୍ଟିସ ନୁର ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସେ ଶରୀୟତଙ୍କ ବିରୋଧରେ ରିବା ଆଧାରିତ ବ୍ୟାଙ୍କିଂ ପ୍ରଣାଳୀ ଘୋଷଣା କରିଥିଲେ । ତେଣୁ ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ପରେ ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଚଳିତ ବର୍ଷର ସେପ୍ଟେମ୍ବର ମାସରେ ପାକିସ୍ତାନରେ ସବୁଠାରୁ ବେଶି ଆତଙ୍କାବାଦୀ ଆକ୍ରଣ ଘଟିଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking