28.1 C
Bhubaneswar
Thursday, September 19, 2024
Homeଓଡିଶାଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳିତ

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳିତ

ଯାଜପୁର : ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ମଙ୍ଗଳବାର ସୁକିନ୍ଦା ଅଶୋକଝରଠାରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ସହ ବନ ମହୋତ୍ସବ ପାଳିତ ହୋଇଯାଇଛି ।
ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଲଜିଷ୍ଟିକ୍ସ ବିଭାଗ, ଟିଏସକେର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଭିଯାନରେ ଟିଏସକେର ଲଜିଷ୍ଟିକ୍ସ ଅପରେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଏବଂ ଟିଏସକେର ନିରାପତ୍ତା ମୁଖ୍ୟ ଆରଏସ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ ୧୦୦୦ ସିଡ଼ବଲ୍ ମାଧ୍ୟମରେ ବୃକ୍ଷରୋପଣ ସହ ସ୍ଥାନୀୟ ଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଏହା ବ୍ୟତୀତ ଲୋକମାନେ ଏହି ସ୍ଥାନରେ ସ୍ୱଚ୍ଛତା ଅଭିଯାନ ପାଇଁ ହାତ ମିଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking