19.1 C
Bhubaneswar
Monday, November 18, 2024
Homeଓଡିଶା୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌:  ୨୦୨ ଜିଲ୍ଲାପରିଷଦ,୧୬୬୯ ସରପଞ୍ଚ, ୨୨୩୭୯ ୱାର୍ଡ଼ ସଭ୍ୟ ପାଇଁ...

୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌:  ୨୦୨ ଜିଲ୍ଲାପରିଷଦ,୧୬୬୯ ସରପଞ୍ଚ, ୨୨୩୭୯ ୱାର୍ଡ଼ ସଭ୍ୟ ପାଇଁ ଭୋଟ୍‌

ଭୁବନେଶ୍ୱର: ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ୧୬ରେ ହିଁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୩୦ ଜିଲ୍ଲାରେ ୨୦୨ ଜିଲ୍ଲାପରିଷଦ ପାଇଁ ଭୋଟ୍ ହେଉଥିବାବେଳେ ୧୬୬୯ ସରପଞ୍ଚ, ୨୨୩୭୯ ୱାର୍ଡ଼ ସଭ୍ୟ ପାଇଁ ହେବ ଭୋଟ୍ । ଏଥିରେ ମୋଟ୍ ୬୭ ଲକ୍ଷ ୫୧ ହଜାର ୬୮ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ ପ୍ରଥମକରି ବ୍ଲକ୍ ମୁଖ୍ୟାଳୟରେ ଭୋଟ୍ ଗଣତି ହେବ । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର   ଆସନ ପାଇଁ ୩ ଥାକିଆ ଗଣତି ବ୍ୟବସ୍ଥା ହେବ । ଗଣତି ପରେ ପରେ ଫଳାଫଳ ଘୋଷଣା ହେବ । ତେଣୁ ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷିତ କରାଯାଇଛି । ବିଶେଷକରି କାଉଣ୍ଟିଂ ହଲ୍‌ରେ କେତୋଟି ଟେବୁଲ ରହିବ, ପୋଲିଂ ଏଜେଣ୍ଟମାନେ କେଉଁଠି ବସିବେ, ଗଣତିର ଢାଞ୍ଚା କ’ଣ ହେବ, ପ୍ରଥମେ କାହାର ଗଣତି ହେବ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବେ ଅଧିକାରୀଙ୍କୁ ବୁଝାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking