30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ

ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ : କାଲି ସନ୍ଧ୍ୟାରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତେବେ ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ବସିବ ପ୍ରଥମ କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ। ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେଠାରେ ଶହେ ଦିନ କାର୍ଯ୍ୟଖସଡା ଉପରେ ଆଲୋଚନା ସମ୍ଭାବନା ରହିଛି। ଆଜି ବସିବାକୁ ଥିବା କ୍ୟାବିନେଟ ମିଟିଂ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇ ପାରେ ବୋଲି ସୂଚନା ମିଳୁଛି। ବିକଶିତ ଭାରତ ମିଶନ ତଥା ମୋଦି ଗ୍ୟାରେଣ୍ଟିକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିଭାଗ ମିଳିପାରେ ବୋଲି ଆଲୋଚନା ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରର ୭୧ ଜଣ ମନ୍ତ୍ରୀ । ସେମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking