15.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶସଂସଦରେ ବିରକ୍ତ ହେଲେ ଅର୍ଥମନ୍ତ୍ରୀ

ସଂସଦରେ ବିରକ୍ତ ହେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ସଂସଦରେ ହୋ ହଲ୍ଲା ଜାରି ରହିଛି। ଆଉ ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖାର୍ଗେ ବିରୋଧ କରୁଛନ୍ତି। ତେବେ ଆଜି ସଂସଦରେ ରାହୁଲ କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍‌ରେ ସବୁ ଥିବାବେଳେ ଅନ୍ୟ ରାଜ୍ୟ ପାଇଁ କିଛି ଦେଇ ନାହାନ୍ତି କହି ବିରୋଧ କରିଛନ୍ତି। ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରକ୍ତି ହୋଇଯାଇଥିଲେ । ତେବେ କର୍ନାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁର ନାମ ନ ନେଇ ଅନ୍ୟ ରାଜ୍ୟ ପାଇଁ ବଜେଟ୍‌ରେ ସବୁ ସୁବିଧା ଥିବାରୁ ବିରୋଧୀଦଳଙ୍କ ଅଭିଯୋଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସଭାରେ ବିରକ୍ତ ପ୍ରକାଶ କରିଛନ୍ତି। ଏଥିସହିତ ସେ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି ଆପଣ ଆପଣଙ୍କର ସମସ୍ତ ବଜେଟ ଭାଷଣରେ ସମସ୍ତ ରାଜ୍ୟର ନାମ ନେଇଛନ୍ତି କି । ଆମ ବଜେଟ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ । ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ। ଏଥିପାଇଁ ସେ ଖୋଲା ବିତର୍କ ପାଇଁ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking