26.1 C
Bhubaneswar
Monday, September 30, 2024
Homeଓଡିଶାପୋଲିସ ଉପସ୍ଥିତିରେ ରେଭେନ୍ସାରେ ଆରମ୍ଭ ହେବ ଫିଲ୍ମ ଫେଷ୍ଟିଭାଲ

ପୋଲିସ ଉପସ୍ଥିତିରେ ରେଭେନ୍ସାରେ ଆରମ୍ଭ ହେବ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର:ପୋଲିସ ଉପସ୍ଥିତିରେ ଆରମ୍ଭ ହେବାକୁ ଯାଉଛି ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ-୨୦୨୩ । ଅନେକ ବାଦ ବିବାଦ ଭିତରେ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବ । ତେବେ ଫିଲ୍ମ ଫେଷ୍ଟିଭାଲ ଭିତରେ ବିବାଦ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରଦର୍ଶିତ ତାଲିକାରେ ସ୍ଥାନ ପାଇଥିବା କିଛି ଫିଲ୍ମକୁ ନେଇ ବିବାଦ ଆଶଙ୍କା କରାଯାଉଛି ।ଫିଲ୍ମ ଫେଷ୍ଟିଭାଲରେ ସତ୍ୟଜିତ ରାୟଙ୍କ ପାଥେର ପାଂଚାଲି, ଗେ’ ଇଣ୍ଡିଆ ମାଟ୍ରିମୋନି ଏବଂ ଅନ୍ୟ କିଛି ଚଳଚିତ୍ର ପ୍ରଦର୍ଶିତ ହେବାର ଥିଲା । ତେବେ ଏହି ବିବାଦୀୟ ଫିଲ୍ମକୁ ସାମିଲ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଯେଉଁ ଛାତ୍ରଛାତ୍ରୀ ଫିଲ୍ମ ସପକ୍ଷରେ ଅଛନ୍ତି ସେମାନେ କୁଳପତିଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ରାସ୍ତାରେ ପ୍ରତିବାଦ କରି ଲେଖିଛନ୍ତି ।ଗତକାଲି କୌଣସି କାରଣ ନଦର୍ଶାଇ ହଠାତ ଫିଲ୍ମ ଫେଷ୍ଟିଭାଲ ଆୟୋଜନକୁ ବାତିଲ୍ କରି ଦେଇଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି । ଏହାକୁ ବିରୋଧ କରି ପ୍ରତିବାଦରେ ବସିଥିଲେ ଛାତ୍ରଛାତ୍ରୀ । ଏକ ପ୍ରତିନିଧି ମଣ୍ଡଳ ଏ ସଂପର୍କରେ କୁଳପତିଙ୍କ ସହ ଆଲୋଚନା ବି କରିଥିଲେ । ଏସବୁ ଭିତରେ ଆଜି ପୁଣି ଆରମ୍ଭ ହେବାକୁ ଯାଉଛି ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ-୨୦୨୩ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking