20.1 C
Bhubaneswar
Sunday, February 15, 2026
Homeଓଡିଶାଅଧ୍ୟାକ୍ଷାଙ୍କ ଜିଦ ପାଇଁ ମହୋତ୍ସବ ମଳିନ ପଡିଲା

ଅଧ୍ୟାକ୍ଷାଙ୍କ ଜିଦ ପାଇଁ ମହୋତ୍ସବ ମଳିନ ପଡିଲା

ଯାଜପୁର: ଯାଜପୁର ଜିଲ୍ଲା ପୁରାଣ ପ୍ରସିଦ୍ଧ ବ୍ୟସସରୋବର ମହୋତ୍ସବକୁ ନେଇ ଅଧ୍ୟାକ୍ଷା, ଉପାଧ୍ୟକ୍ଷ ଓ କାଉନସିଲରଙ୍କ ମଧ୍ୟରେ ଲାଗିରହିଥିବା ତୁ ତୁ ମେ ମେ ଯୋଗୁଁ ପୌର ପରିଷଦ ରାଜନିତୀ ଉଠୁଛି ପଡ଼ୁଛି | ଅଧ୍ୟାକ୍ଷା ନିଜ ଜିଦରେ ଅଟଳରହି ପାରିଷଦମାନଙ୍କୁ ହେୟ ଜ୍ଞାନ କରି ବ୍ୟାସସରୋବର ମହୋତ୍ସବକୁ ଏକ ଚାଟିଆ ଭାବେ ପରିଚାଳନା କରୁଥିବାରୁ  ମହୋତ୍ସବର ଗାରିମା ଓ ମାନ ହ୍ରାସ ପାଇଛି | ପାରିଷଦ ମାନେ ଅଧକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସମୁଦାୟ ୨୬ ଜଣ ପାରିଷଦରୁ ୨୪ ଜଣ ପାରିଷଦ ମହୋତ୍ସବକୁ ବର୍ଜନ କରିଛନ୍ତି | ଏଥିରୁ ସ୍ପଷ୍ଟ ବାରିହେଉଛି ଯେ ଅଧ୍ୟାକ୍ଷା ପାରିଷଦ ମାନଙ୍କ ଅସହଯୋଗକୁ ଖାତିର ନକରି କେଉଁ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ନିର୍ଭୟ ଭାବରେ କାର୍ଯ୍ୟ କରୁଛନ୍ତି | ତାହା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ବିବାଦ ଯୋଗୁଁ ମହୋତ୍ସବ ଉଦଘାଟନ ଦିବସ ଠାରୁ ମେଳା ଅନୁଷ୍ଠିତ ହେବାର ଆଠ ଦିନ ବିତି ଯାଇଥିଲେ ସୁଧା ନିମନ୍ତ୍ରିତ ଅତିଥି ମାନେ ଯୋଗଦେଉନଥିଵାରୁ ଅଧ୍ୟାକ୍ଷାଙ୍କୁ ଶକ୍ତ ଝଟକ୍କା ଲାଗିଛି | ଅତିଥି ମାନଙ୍କ ଅନୁପସ୍ଥିତ ଯୋଗୁଁ ମହୋତ୍ସବର ମାନ ହ୍ରାସ ପାଇଛି | ମହୋତ୍ସବ ପାଇଁ ପୌରବାସୀଙ୍କ ଟିକସ ଅର୍ଥରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଠିକ ଭାବେ ହେଉନାହିଁ | ଯାହାଫଳରେ ମଞ୍ଚ ସମ୍ମୁଖରେ ପଡ଼ିଥିବା ଚେୟାର ଗୁଡିକ ଖାଲି ପଡିଛି | ପୌରାଧ୍ୟାକ୍ଷା ବିଜେଡି ଦଳର ହୋଇଥିଲେ ମଧ୍ୟ ବିଜେଡି ଉପାଧ୍ୟକ୍ଷ ଓ ପାରିଷଦଙ୍କୁ ଭୃକ୍ଷେପ ନକରି ମନଇଚ୍ଛା ସମସ୍ତ ନିଷ୍ପତ୍ତି ନେବା ପାରିଷଦ ମାନଙ୍କ ସମ୍ମାନରେ ଆଞ୍ଚ ଆଣିଛି | ଅଧ୍ୟାକ୍ଷା ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ନେଇ ସମସ୍ତ ନିଷ୍ପତ୍ତି ହୋଇଥିବା କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି | ଶୁକ୍ରବାର ଅସନ୍ତୁଷ୍ଟ ସଂଖ୍ୟାଧିକ ପାରିଷଦ ମାନେବ୍ୟାସ ସରୋବର ଏକ ସ୍ଥାନ ରେ ବୈଠକ କରି ଆଗାମୀ ଦିନର କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁଜଣା ଯାଇଚି ୨୪ଜଣ ପାରିଷଦ ଦସ୍ତଖତ ଅନାସ୍ଥା ପ୍ରସ୍ତାବ ଆଗତରେ କରିଛନ୍ତି ଓ ବର୍ଜ୍ୟ ସପତ ନେଇ ଛନ୍ତି ଦିନେ ଦୁଇ ଦିନ ମଧ୍ୟରେ ଯାଜପୁର ଜିଲ୍ଲା ପାଳ ଙ୍କ ନିକଟ ରେ ପ୍ରଦାନ କରିବେ ଉଦ୍ ଯାପନ ଦିବସ ରେ ଅତିଥି ଭାବେ ଯୋଗ ଦେଉ ଥିବା ମନ୍ତ୍ରୀ ଙ୍କୁ ବିରୋଧ ପ୍ରଦର୍ଶନ କରି ବେ ବୋଲି ଶୁଣା ଯାଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking