33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶପାକ୍ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ

ପାକ୍ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ

ଇସ୍‌ଲାମାବାଦ୍‌: ଦିନକୁ ଦିନ ଖରାପ ହେବାରେ ଲାଗିଛି ପାକିସ୍ତାନର ଆର୍ôଥକ ଅବସ୍ଥା । ଘୋର ଆର୍ôଥକ ସଙ୍କଟ ମଧ୍ୟରେ ଏବେ ପାକ୍ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ । ପାକିସ୍ତାନ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦେଶ ଏବେ ଋଣ ଖିଲାପକାରୀ ହେବାର ଆଶଙ୍କା ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଏହି ହ୍ରାସ ପାକିସ୍ତାନ ସରକାର୍କ ଚିନ୍ତା ବଢ଼ାଇଦେଇଛି । ଦେଶ ନିକଟରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହେବାରେ ଲାଗିଛି, ଯାହା ପାକିସ୍ତାନ ଋଣ ଖିଲାପକାରୀ ହେବାର ଆଶଙ୍କା ବୃଦ୍ଧି ଘଟାଉଛି । ଅନ୍ୟପକ୍ଷରେ, ଯଦି ପାକିସ୍ତାନକୁ ଏଭଳି ପରିସ୍ଥିତିରେ ଋଣ ଖିଲାପରୁ ବର୍ତ୍ତିବାକୁ ହେଲେ ଅନ୍ୟ ଦେଶରୁ ଅଧିକ ଋଣ ନେବାକୁ ପଡିବ, ଯାହାର ବଝେ ଆଗାମୀ ଦିନରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆହୁରି ଦୁର୍ବଳ କରିଦେବ ବଶଲି ଆଶଙ୍କା କରାଯାଉଛି । ଆହୁରିମଧ୍ୟ ପାକିସ୍ତାନରେ ଏକ ଏଲପିଜି ସିଲିଣ୍ଡର ଦର ୧୦,୦୦୦ ଟଙ୍କା ପହଞ୍ଚିଛି ।

ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ ଉତ୍ପାଦ ସଞ୍ଚୟ କରିବାକୁ ସରକାର ଶୀଘ୍ର ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଅବସ୍ଥା ବର୍ତ୍ତମାନ ପାକିସ୍ତାନରେ ଦେଖିବାକୁ ମିଳିଛି । ବାସ୍ତବରେ ଚଳିତ ସପ୍ତାହରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଠାରୁ ନିଆଯାଇଥିବା ଋଣ କିସ୍ତିର ପେମେଣ୍ଟ ଚଳିତମାସରେ କରାଯାଇଛି । ବର୍ତ୍ତମାନ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ୫.୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହି କାରଣରୁ ଦେଶ ସମ୍ମୁଖରେ ଋଣ ଖିଲାପକାରୀ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ଅର୍ଥନୀତି ପରିଚାଳନା ପାଇଁ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିବି)ର ବୈଦେଶିକ ମୁଦ୍ରା ଭଣ୍ଡାର ୩୦ ଡିସେମ୍ବର ୨୦୨୨ରେ ଶେଷ ହୋଇଥିବା ସପ୍ତାହରେ ୫.୫୭୬ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି, ଯାହାକି ବିଗତ ଆଠ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି । ଋଣ ପରିଶୋଧ କରିବା ପାଇଁ ପାକ୍ ସରକାର ଏସ୍‌ବିପିର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୨୪.୫କୋଟି ଡଲାର ପ୍ରତ୍ୟାହାର କରିଛନ୍ତି । ଏହି କାରଣରୁ, ପାକିସ୍ତାନ ସରକାରଙ୍କ ଆଗରେ ଋଣ ଖିଲାପକାରୀ ହେବାର ଏକ ଗୁରୁତର ବିପଦ ମାଡି ଆସୁଛି । ଏହି ସମୟରେ ପାକିସ୍ତାନ ପରବର୍ତ୍ତୀ ଋଣ କିସ୍ତି ପାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଆଲୋଚନା ଆରମ୍ଭ କରିବାକୁ ଅନେକ ଚେଷ୍ଟା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking