26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବିମାନ ଠାରୁ ବି ମହଙ୍ଗା ଗୋଆ ଯାଉଥିବା ‘ବନ୍ଦେ ଭାରତ’ର ଭଡ଼ା !

ବିମାନ ଠାରୁ ବି ମହଙ୍ଗା ଗୋଆ ଯାଉଥିବା ‘ବନ୍ଦେ ଭାରତ’ର ଭଡ଼ା !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଦିନରେ ଭୋପାଳରେ ୫ଟି ସେମି-ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନର ଉଦ୍ଘାଟନ କରିଛନ୍ତି । ଏହି ଟ୍ରେନ୍ ଗୁଡ଼ିକରେ ଖୁବ୍ ଆୱେଟେଡ୍ ମୁମ୍ୱାଇ-ଗୋଆ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସାମିଲ ଥିଲା ,ଯାହାକି ମଙ୍ଗଳବାର ନିଜର ପ୍ରଥମ ଯାତ୍ରା କରିଛି । ମଡଗାଓଁରୁ ବନ୍ଦେ ଭାରତ ଟ୍ରେନ ସକାଳ ୧୧ଟାରେ ପ୍ରସ୍ଥାନ କରି ରାତି ୯.୧୫ରେ ମୁମ୍ୱାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ପହଞ୍ଚିଥିଲା । ଉଦ୍ଘାଟନ ଦିନ ସେମୀ-ହାଇ-ସ୍ପିଡ୍ ଟ୍ରେନ୍ ୧୦ଘଣ୍ଟା ୧୫ ମିନିଟ୍ର ସମୟ ନେଇଥିଲା । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସିଏସଏମ୍ଟି ପ୍ଲାଟଫର୍ମରେ ବନ୍ଦେ ଭାରତ ଟ୍ରେନର ସ୍ୱାଗତ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଦେଇଥିଲେ । ମୁମ୍ୱାଇ-ଗୋଆ ବନ୍ଦେ ଭାରତ ଟ୍ରେନ୍ ଦାଦର , ଠାଣେ, ପନୱେଲ , ଖେଡ୍ , ରତ୍ନଗିରି , କଙ୍କାବଳୀ ଓ ଥିବିମରେ ରହିଥାଏ । ଯଦି ଜିଏସଟିକୁ ଛାଡ଼ି ଦେଖିବା ତ ଉଭୟ ଏଣ୍ଡପଏଣ୍ଟ ମଧ୍ୟରେ ଭଡ଼ା ଚେୟର କାର ପାଇଁ ୧,୮୧୫ ଟଙ୍କା ଓ ଏକଜୁକ୍ୟୁଟିଭ ଚେୟର କାର କ୍ଲାସ ପାଇଁ ୩,୩୬୦ ଟଙ୍କା । ଏହି ଟ୍ରେନ ୫୮୬ କିମି ଦୂରତା ଯାଇଥାଏ ।

ମହାରାଷ୍ଟ୍ରରେ ବନ୍ଦେ ଭାରତ ଟ୍ରେନ ପକ୍ଷରୁ ଯାଉଥିବା ଏହା ସବୁଠୁ ଲମ୍ୱା ରୁଟ୍ । ଯଦି ଏହିଭଡ଼ାର ତୁଳନା ଫ୍ଲାଇଟ୍ର ଭଡ଼ା ସହ କରାଯାଏ ତ ଗୋଆ ଯାଉଥିବା ଇଣ୍ଡିଗୋ ପ୍ଲେନର ଭଡ଼ା ୨୦୨୪ ଟଙ୍କା , ଆକାଶ ଏୟାରର ଭଡ଼ା ୨୦୭୭ ଟଙ୍କା , ସ୍ପାଇସଜେଟ୍ର ଭଡ଼ା ୨୧୫୪ଟଙ୍କା , ଏୟାର ଇଣ୍ଡିଆର ଭଡ଼ା ୨୧୪୦ ଟଙ୍କା , ଅନ୍ୟ ଏୟାରଲାଇନ୍ସର ଭଡ଼ା ମଧ୍ୟ ଏହାର ନିକଟତର,ଯାହା କି ବନ୍ଦେ ଭାରତ ଟ୍ରେନ୍ର ତୁଳନାରେ ଖୁବ୍ ଶସ୍ତା । ଭଡ଼ା ଅଧିକ ହେବା ସତ୍ତ୍ୱେ ମଧ୍ୟ ଲୋକେ ବନ୍ଦେ ଭାରତରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ହେଲେ ଫ୍ଲାଇଟ୍ର ଭଡ଼ା ପିକ୍ ସିଜନରେ ଖୁବ୍ ବଢି ଯାଏ । ଏହାର ତୁଳନାରେ ବନ୍ଦେ ଭାରତର ଭଡ଼ା ଅଧିକ ନୁହେଁ । ଏହା ବ୍ୟତୀତ ଗୋଆ ଯିବା ବେଳେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲୋକଙ୍କ ପାଇଁ ପ୍ରମୁଖ କାରଣ ହୋଇଥାଏ । ଯାହାକୁ ଦେଖିବାକୁ ଲୋକେ ଖୁବ ପସନ୍ଦ କରିଥାନ୍ତି । ମନସୁନରେ ମୁମ୍ୱାଇ ଓ ଗୋଆ ମଧ୍ୟରେ ବନ୍ଦେ ଭାରତ ସପ୍ତାହରେ ୩ଥର ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking