କେନ୍ଦୁଝର: ଆଜିଠାରୁ ଆରମ୍ଭ ହେଉଛି କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା ତାରିଣୀଙ୍କର ପ୍ରସିଦ୍ଧ ଚଇତି ପର୍ବ । ଚଇତି ପର୍ବରେ ଆଜିଠାରୁ ୭ ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ ମାତାରିଣୀଙ୍କ ପୀଠ । ଆଜିଠାରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ ମା ତାରିଣୀଙ୍କର ୯୦ତମ ଚଇତି ପର୍ବ । ଚଇତି ପର୍ବରେ ମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତିଦିନ ମନ୍ଦିର ଭିତରେ ଭାଗବତ ପାଠ, ଚଣ୍ଡୀପାଠ ହେବା ସହ ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଚଇତି ପର୍ବ ର ୬ଷ୍ଠ ଦିନ , ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ।










