ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଅନ୍ୟପଟେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଆସିକା ବିଧାୟକ ସରୋଜ ପାଢୀ । ନୂଆ ନର୍ସିଂ ଓ ମେଡିକାଲ କଲେଜ ପ୍ର ଶ୍ନୋତ୍ତର ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲୋକଙ୍କ ଦୁଃଖ ବୁଝିପାରୁନାହାନ୍ତି । ବୁଝୁଥିଲେ ଏପରି ଉତ୍ତର ରଖି ନଥାନ୍ତେ ବୋଲି କହିଥିଲେ ସରୋଜ ପାଢୀ । ଗଞ୍ଜାମରେ ୧୩ଟି ନିର୍ବାଚନୀ ମଣ୍ଡଳୀ ରହିଛି । ୨୪ ବର୍ଷ ଧରି ଅବହେଳାର ଶିକାର ହୋଇ ଆସୁଛନ୍ତି । ଆସିକାରେ ନର୍ସିଂ ଟ୍ରେନିଂ କେନ୍ଦ୍ର ଓ ମେଡିକାଲ କଲେଜର ଆବଶ୍ୟକତା ରହିଛି ।










