25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶ୨୨ରେ ରାମମନ୍ଦିର ପ୍ରତିଷ୍ଠା; ଆରମ୍ଭ ହେଲା ସମର୍ପଣ ସମାରୋହ

୨୨ରେ ରାମମନ୍ଦିର ପ୍ରତିଷ୍ଠା; ଆରମ୍ଭ ହେଲା ସମର୍ପଣ ସମାରୋହ

ଅଯୋଧ୍ୟା : ଅଯୋଧ୍ୟାରେ ଆଜି ଠାରୁ ୭ ଦିନିଆ ସମର୍ପଣ ସମାରୋହ ଆରମ୍ଭ ହୋଇଛି । ରାମଲାଲା ବିଗ୍ରହଙ୍କ ପ୍ରତିମୂର୍ତ୍ତି ସ୍ଥାପନା ତଥା ପ୍ରାଣପ୍ରତିଷ୍ଠା ପାଇଁ ବିଧିବଦ୍ଧ ତଥା ଶାସ୍ତ୍ରସଂଗତ ନୀତିକାନ୍ତି ପ୍ରାରମ୍ଭ ହୋଇଛି । ଏସମ୍ପର୍କରେ ରାମମନ୍ଦିର ଟ୍ରଷ୍ଟ ସଚିବ ଚମ୍ପତ୍ ରାୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୨ରେ ମନ୍ଦିର ଉଦ୍‌ଘାଟନ ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ତେବେ ଏହି ସମୟ ସୁଦ୍ଧା ମନ୍ଦିରରେ କେତେକ ଧାର୍ମିକ କାର୍ଯ୍ୟାନୁଷ୍ଠାନ କରାଯିବ । ଏନେଇ ତାରିଖ ଓ ସମୟ ନିର୍ଘଣ୍ଟ ହୋଇସାରିଛି ।

ଜାନୁଆରୀ ୧୬ : ରାମମନ୍ଦିର ଉତ୍ସର୍ଗ ସମାରୋହ ନୀତିକାନ୍ତି ଆରମ୍ଭ । ସେହିପରି ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ଆୟୋଜକ ଶ୍ରୀରାମ ଜନ୍ମଭୂମି କ୍ଷେତ୍ରର ପ୍ରାୟଶ୍ଚିତ ସମାରୋହ ସମ୍ପନ୍ନ କରିବେ ।
ଜାନୁଆରୀ ୧୭: ରାମଲାଲାଙ୍କ ପ୍ରତିମା ଶୋଭାଯାତ୍ରା ଅଯୋଧ୍ୟାରେ ପହଞ୍ôଚବ ଏବଂ ଶ୍ରଦ୍ଧାଳୁ ମଙ୍ଗଳ କଳସ ନେଇ ମନ୍ଦିରରେ ପହଞ୍ôଚବା ସହ ଜଳାଭିଷେକ କରାଯିବ ।
ଜାନୁଆରୀ ୧୮: ଗଣେଶ, ଅମ୍ବିକା, ବରୁଣ, ମୂର୍ତ୍ତିକା, ବ୍ରାହ୍ମଣ ବରଣ ଏବଂ ବାସ୍ତୁପୂଜା ସମ୍ପନ୍ନ ହେବ । ରାମଲାଲାଙ୍କୁ ଗର୍ଭଗୃହରେ ନିର୍ଦ୍ଧାରିତ ସ୍ଥାନରେ ସ୍ଥାପନା କରାଯିବ ।
ଜାନୁଆରୀ ୧୯: ପବିତ୍ର ଅଗ୍ନି ପ୍ରଜ୍ୱଳିତ ହେବା ସହ ନବଗ୍ରହ ସ୍ଥାପନ ଏବଂ ହୋମ ଆଦି ବୈଦିକ ରୀତିନୀତି ସମ୍ପନ୍ନ କରାଯିବ ।
ଜାନୁଆରୀ ୨୦: ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବା ସହ ବାସ୍ତୁ ଶାନ୍ତି ଏବଂ ଅନ୍ନାଧିବାସ ରୀତିନୀତି କରାଯିବ ।
ଜାନୁଆରୀ ୨୧: ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ୧୨୫ କଳସ ଜଳରେ ସ୍ନାନ କରାଯିବ
ଜାନୁଆରୀ ୨୨: ଅପରାହ୍ନ ୧୨.୨୦ ମିନିଟ୍ ସମୟରେ ପ୍ରାଣପ୍ରତିଷ୍ଠା ସମାରୋହ ଆରମ୍ଭ ହେବ ।

ଚମ୍ପତ୍ ରାୟ କହିଛନ୍ତି, ମନ୍ଦିର ଟ୍ରଷ୍ଟ ପକ୍ଷରୁ କେବଳ ୭ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରିତ କରାଯାଇଛି । ରାମମନ୍ଦିର ଟ୍ରଷ୍ଟର ସଦସ୍ୟ ଡ. ଅନୀଲ ମିଶ୍ର ଏବଂ ତାଙ୍କ ପତ୍ନୀ ମୁଖ୍ୟ ଯଜମାନ ଭାବେ ଧାର୍ମିକ କାର୍ଯ୍ୟାନୁଷ୍ଠାନ ପାଇଁ ସଂକଳ୍ପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକାତ୍ମକ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଯଜମାନ ସାଜିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଧାର୍ମିକ କାର୍ଯ୍ୟ ପାଇଁ ଦମ୍ପତିଙ୍କର ଆବଶ୍ୟକତା ଥିବା ପଣ୍ଡିତମାନେ ମତ ଦେଇଥିଲେ ।

କେବଳ ଏହି କାରଣରୁ ମୋଦୀଙ୍କୁ ଏବେ ପ୍ରତିକାତ୍ମକ ଯଜମାନ ଭାବେ ଦାୟିତ୍ୱ ଦେବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଥିବା ଚମ୍ପତ୍ ରାୟ କହିଛନ୍ତି । ଅନ୍ୟପକ୍ଷେ ରାମଲାଲାଙ୍କ ଦର୍ଶନାର୍ଥେ ପ୍ରାୟ ୧୫୦ ଦେଶରୁ ଶ୍ରଦ୍ଧାଳୁ ଆସିବା ନେଇ ଅନୁମାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking