14.1 C
Bhubaneswar
Sunday, December 7, 2025
Homeଓଡିଶାଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ

ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ଛଟ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବେ ବ୍ରତଧାରୀ । ଭୁବନେଶ୍ୱରରେ ହିନ୍ଦୀ ବିକାଶ ମଞ୍ଚ ପକ୍ଷରୁ କୁଆଖାଇ ନଦୀ ପଠାରେ ଛଟ ପୂଜା ଧୁମଧାମରେ ପାଳନ ହେଉଛି । ହଜାର ହଜାର ବ୍ରତଧାରୀ ଉପବାସ ରହି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହ ପରିବାର ଓ ଭାଇଙ୍କ ଶୁଭ ମନାସିଥାନ୍ତି । ସୂର୍ଯ୍ୟଙ୍କୁ ପୂଜା କଲେ ବହୁ ଦୂରାରୋଗ ଓ ଚର୍ମ ରୋଗ ଭଲ ହେବା ସହ ଶରୀର ସୁସ୍ଥ ରହିବାର ବିଶ୍ୱାସ ରହିଛି । କଟକରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଶ୍ରଦ୍ଧାଳୁମାନେ ବି ଆନନ୍ଦ ଉଲ୍ଲାସର ସହ ଛଟ ପର୍ବ ପାଳନ କରୁଛନ୍ତି । କଟକ ମହାନଗର ଛଟ ପୂଜା କମିଟି ପକ୍ଷରୁ କାଠଯୋଡି ନଦୀପଠାରେ ଆୟୋଜିତ ପୂଜାରେ ଶହ ଶହ ସଂଖ୍ୟାରେ ଭକ୍ତ ଯୋଗ ଦେଇ ପୂଜାର୍ଚ୍ଚନା କରିଛନ୍ତି ।ସେହିପରି ରାଉରକେଲା ସହରରେ ମଧ୍ୟ ବିଭିନ୍ନ ନଦୀ କୂଳ ଓ ପୋଖରୀ କୂଳରେ ଭକ୍ତମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ଛଟପୂଜା ପାଳନ କରିଛନ୍ତି। ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ସୁର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking