27.1 C
Bhubaneswar
Monday, November 25, 2024
Homeଖେଳଭାରତ ଗସ୍ତରେ ବ୍ୟକ୍ତିଗତ ରୋଷେୟା ଆଣିବ ଇଂଲଣ୍ଡ ଟିମ୍

ଭାରତ ଗସ୍ତରେ ବ୍ୟକ୍ତିଗତ ରୋଷେୟା ଆଣିବ ଇଂଲଣ୍ଡ ଟିମ୍

ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ୍ ଟେଷ୍ଟ୍ ସିରିଜ୍ ପାଇଁ ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ଟିମ୍ ନିଜ ସହିତ ବ୍ୟକ୍ତିଗତ ସେଫ୍ (ରୋଷେୟା) ଆଣିବ । ଖେଳାଳିଙ୍କ ଅସୁସ୍ଥତା ରିସ୍କରୁ ବଞ୍ଚିବା ନିମନ୍ତେ ଟିମ୍ ଏହି ନିଷ୍ପତ୍ତି ନେଇଛି । ଦ ଟେଲିଗ୍ରାଫ୍ ଖବରକାଗଜ ଅନୁସାରେ ଇଂଲିଶ ଟିମ୍ ସେଫ୍ ଉମର୍ ମେଜିୟାନ୍ ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ୍ ଆରମ୍ଭ ପୂର୍ବରୁ ଜାନୁଆରୀ ୨୫ରେ ସ୍କ୍ୱାଡ୍ ସହିତ ଯୋଗଦେବେ । ୨୦୨୨ ସେପ୍ଟେମ୍ବରରେ ଇଂଲିଶ୍ ଟିମ୍ ଏହି ସେଫ୍‌ଙ୍କୁ ପାକିସ୍ତାନ ଗସ୍ତରେ ନେଇଥିଲା । ମାତ୍ର ରାୱଲପିଣ୍ଡି ଟେଷ୍ଟ୍ ଆରମ୍ଭ ପୂର୍ବରୁ ଟିମ୍‌ର କେତେକ ଖେଳାଳି ଅସୁସ୍ଥ ହୋଇପଡ଼ିଥିଲେ ।

ରିପୋର୍ଟ ଅନୁସାରେ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) କହିଛି, ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆୟୋଜକଙ୍କ ଉପରେ ଆମର ଭରସା ରହିଛି । ମାତ୍ର ମସାଲାଦାର ଖାଦ୍ୟ ତୁଳନାରେ ଟିମ୍‌ର ହେଲ୍‌ଦି ଡାଏଟ୍ ଉପରେ ଜୋର୍ ଦିଆଯାଉଛି । କୁହାଯାଉଛି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକ୍‌କୁଲମ୍ ଏହି ନିର୍ଣ୍ଣୟରେ ସ୍ୱାକ୍ଷର କରିଛନ୍ତି ଏବଂ ଇଂଲଣ୍ଡ ବୋର୍ଡ ସେଫ୍‌ଙ୍କ ସମସ୍ତ ଖର୍ଚ୍ଚ ବହନ କରିବ । ବ୍ୟକ୍ତିଗତ ରୋଷେୟା ସାଙ୍ଗରେ ନେବା ଫୁଟ୍‌ବଲ୍ ଓ ରଗ୍‌ବୀ ଟିମ୍ ପାଇଁ ସାଧାରଣ ଘଟଣା । ତେବେ କ୍ରିକେଟ୍‌ରେ ଏପରି କରିବାରେ ଇଂଲଣ୍ଡ ପ୍ରଥମ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking