ପୁରୀ: ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତକାଲି ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା । ଏହି ବୈଠକରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ସକାଳେ ଭକ୍ତ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିଛି। ପରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦ୍ୱାର ଖୋଲା ଯିବା ପରେ କେଉଁ ବ୍ୟବସ୍ଥା କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ତେବେ ଆଜି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦ୍ୱାରଗୁଡ଼ିକୁ ଖୋଲାଯାଇଛି। ଚାରି ଦ୍ବାରା ଖୋଲିବା ଦ୍ବାରା ବିନା ବାଧାରେ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଦଳର ଅନ୍ୟ ମନ୍ତ୍ରୀ ତଥା ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଶ୍ରୀମନ୍ଦିରର ୪ ଦ୍ବାରା ଖୋଲାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। । ଦର୍ଶନ ପରେ ସେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରିଛନ୍ତି। ଅନେକ ପ୍ରତୀକ୍ଷାର ଅନ୍ତ ଘଟିବା ସହ ଭକ୍ତଙ୍କ ଇଚ୍ଛା ପୂରଣ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁବାର ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା।
ସୂଚନାଯୋଗ୍ୟ. କରୋନା ମହାମାରୀ ପରଠାରୁ ଶ୍ରୀମନ୍ଦିର ୪ ଦ୍ୱାର ବନ୍ଦ ରହିଥିଲା। ନିର୍ବାଚନ ପ୍ରଚାର ବେଳେ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ୪ ଦ୍ୱାରକୁ ଖୋଲାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ନବ ଗଠିତ ବିଜେପି ସରକାର ତାହା ପୂରଣ କରିଛନ୍ତି। ଗୁରୁବାର ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାରଗୁଡ଼ିକୁ ଖୋଲି ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା। ସୂଚନାଯୋଗ୍ୟ, ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାର ନେଇଥିଲେ । ଏହା ଅନୁସାରେ ଗୁରୁବାର ସକାଳେ ମଙ୍ଗଳ ଆଳତି ପରେ ଉକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିଛି। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଥିଲେ।