14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଗାଡ଼ି ଚାଳକଙ୍କୁ ପଡ଼ିଲା ମହଙ୍ଗା , ଗିରଫ ହେଲେ ଅଭିଯୁକ୍ତ ଓ ତାଙ୍କ ପତ୍ନୀ

ଗାଡ଼ି ଚାଳକଙ୍କୁ ପଡ଼ିଲା ମହଙ୍ଗା , ଗିରଫ ହେଲେ ଅଭିଯୁକ୍ତ ଓ ତାଙ୍କ ପତ୍ନୀ

ପୁଣେ: ରାସ୍ତାରେ ଗାଡ଼ି ଓଭରଟେକ୍‌ କରିବାକୁ ସୁଯୋଗ ନଦେବାରୁ ମହିଳା ଚାଳକଙ୍କୁ ଆକ୍ରମଣ କରିବା ଜଣେ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଛି। ନିଜର ଦୁଇ ଜଣ ପିଲାଙ୍କୁ ନେଇ ଏକ ଦୁଇ ଚକିଆ ଯାନରେ ଯାଉଥିବା ମହିଳାଙ୍କୁ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କ ସହ ପୁଲିସ୍‌ ତାଙ୍କ ପତ୍ନୀଙ୍କୁ ବି ଗିରଫ କରିଛି।ତେବେ ପୁଣେରେ ଜଣେ ୨୭ ବର୍ଷୀୟା ମହିଳା ତାଙ୍କ ପିଲାମାନଙ୍କ ସହିତ ଦୁଇ ଚକିଆ ଯାନ ଚଳାଇ ଯାଉଥିବା ବେଳେ ରାସ୍ତାରେ ଅସୁଥିବା ବ୍ୟକ୍ତି ଜଣକ ପଛରୁ ତାଙ୍କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳା ବାଟ ନଦେବାରୁ ବ୍ୟକ୍ତି ଜଣକ ତୁରନ୍ତ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ପୀଡିତାଙ୍କ ବିବୃତି ରେକର୍ଡ କରିବା ପରେ ଘଟଣାର ତଦନ୍ତ କରି ଉକ୍ତ ଅଭିଯୁକ୍ତ ପୁରୁଷ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜେରଲିନ୍ ଡି’ସିଲଭା ନାମକ ଏହି ମହିଳା ଜଣକ କହିଥିଲେ ଯେ ଏହି ଘଟଣା ବାନର ପାଶନ୍ ଲିଙ୍କ୍ ରୋଡରେ ଘଟିଛି। ସେ ଅଭିଯୋଗ କରିଥିଲେ କି ବ୍ୟକ୍ତି ଜଣକ ନିଜ ଗାଡିରୁ ବାହାରି ମହିଳାଙ୍କ ମୁହଁକୁ ପିଟିବା ସହ ତାଙ୍କ କେଶ ଟାଣିଥିଲେ। ଆକ୍ରମଣ ପରେ ଡି’ସିଲଭା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭିଡିଓ କରିଥିବାର ଦେଖିବାକୁ ମିଳିଥିଲା। “ଜଣେ ବୃଦ୍ଧ ଆମକୁ ଦୁଇ କିଲୋମିଟର ଅନୁସରଣ କରୁଥିଲେ। ସେ ଅତ୍ୟଧିକ ଦ୍ରୁତ ଗତିରେ ଯାଉଥିଲେ ଏବଂ ମୋତେ ଅଟକାଇବା ପାଇଁ ସେ ବାମ ପଟକୁ ନେଇଥିଲେ ଏବଂ ପରେ କ୍ରୋଧିତ ଭାବରେ କାରରୁ ବାହାରି ଆସିଥିଲେ। ସେ ମୋତେ ଦୁଇଥର ପିଟିଲେ ଏବଂ କେଶ ଟାଣିଲେ। ସେ ମୋ ପିଲାମାନଙ୍କ ବିଷୟରେ ବି ଚିନ୍ତା କରୁନଥିଲେ। ମୁଁ ପଚାରିବାକୁ ଚାହେଁ ଏ ସହର କେତେ ସୁରକ୍ଷିତ? ଲୋକମାନେ କାହିଁକି ଏଭଳି ଆଚରଣ କରୁଛନ୍ତି? ସେ ଯାହା କରିଛନ୍ତି ସେଥିପାଇଁ ଏହି ବ୍ୟକ୍ତି ଦଣ୍ଡିତ ହୁଅନ୍ତୁ ବୋଲି ମୁଁ ଚାହେଁ’’ ବୋଲି ମହିଳା ଜଣଙ୍କ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking