17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚାହା ନ ମିଳିବାରୁ ଅସ୍ତ୍ରୋପଚାର ଅଧାରୁ ଚାଲିଗଲେ ଡାକ୍ତର

ଚାହା ନ ମିଳିବାରୁ ଅସ୍ତ୍ରୋପଚାର ଅଧାରୁ ଚାଲିଗଲେ ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ସରକାରୀ ହସ୍ପିଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଟି (ଅପରେସେନ ଥିଏଟର)ରେ ଚାହା ପରିବେଷଣ କରାଯାଇନଥିବାରୁ ଦାୟିତ୍ୱରେ ଥିବା ଜଣେ ଡାକ୍ତର ଅସ୍ତ୍ରୋପଚାର ଅଧାରୁ ଓଟି ଛାଡି ପଳାଇଥିବା ଜଣାପଡିଛି । ନଭେମ୍ବର ୩ରେ ୮ ଜଣ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର (ଭାସ୍କୋଟୋମି) କରିବାକୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଚାରିଜଣ ମହିଳାଙ୍କ ଅସ୍ତ୍ରୋପଚାର କରିବାପରେ ସଂପୃକ୍ତ ଡାକ୍ତର କପେ ଚାହା ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ତେବେ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତ୍ୱେ ଚାହା ନ ମିଳିବାରୁ ସେ କ୍ଷୁବ୍ଧ ହୋଇ ଓଟି ଛାଡି ଚାଲିଯାଇଥିବା କୁହାଯାଇଛି । ଜିଲ୍ଲା ମେଡିକାଲ ଅଫିସର ଏହା ଜାଣିବାପରେ ଅନ୍ୟ ଜଣେ ଡାକ୍ତରଙ୍କୁ ନିୟୋଜିତ କରି ଅବଶିଷ୍ଟ ମହିଳାଙ୍କର ଅସ୍ତ୍ରୋପଚାର କରାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking