24.1 C
Bhubaneswar
Saturday, March 28, 2026
Homeଓଡିଶାବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ବାଣ୍ଟିବେ ଜିଲ୍ଲାପାଳ

ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ବାଣ୍ଟିବେ ଜିଲ୍ଲାପାଳ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ମିଳିବ। ରାଜ୍ୟ ସରକାର ଏଥି ପାଇଁ ଜିଲ୍ଲାମାନଙ୍କୁ କ୍ଷତିପୂରଣ ସହାୟତା ପଠାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୪୨୩ କୋଟି ଟଙ୍କାର ସହାୟତା ରାଶି ପଠାଇଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ବାଣ୍ଟିବେ। ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଯୋଗୁଁ ଶହଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ କହି ସାରିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ।୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking