20.1 C
Bhubaneswar
Sunday, February 15, 2026
Homeଓଡିଶାବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷାଙ୍କ ବିବାଦ ପିଛା ଛାଡୁନାହିଁ

ବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷାଙ୍କ ବିବାଦ ପିଛା ଛାଡୁନାହିଁ

ଯାଜପୁର : ବ୍ୟାସନଗର ପୌରା ଅଧ୍ୟକ୍ଷାଙ୍କ କାର୍ଯ୍ୟକଳପା ଯୋଗୁ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡିଥିବା ଦେଖାଯାଇଛି l । ପୌରାଧ୍ୟକ୍ଷାଙ୍କୁ ବିରୋଧ କରି ପାରିଷଦମାନେ ପୌରପାଳିକା ପକ୍ଷରୁ ପାଳିତ ସ୍ୱାୟତ ଶାସନ ଦିବସରେ ସାମିଲ ନ ହେବା ଘଟଣାକୁ ନେଇ ବ୍ୟାସ ରାଜନୀତି ସରଗରମ ହୋଇଛି । ପୌରାଧ୍ୟକ୍ଷାଙ୍କ ମେରିରାୟ ନୀତିକୁ ବିରୋଧ କରି କାଉନସିଲରମାନେ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ସ୍ୱାୟତ ଶାସନ ଦିବସ ଅବସରରେ ପୌର କାର୍ଯ୍ୟାଳୟରେ ସକାଳୁ ପତାକା ଉତୋଳନ କରାଯାଇଥିଲା । ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ, ନିର୍ବାହୀ ଅଧିକାରୀ ନମ୍ରତା ମୋଦୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କୌଣସି କାଉନସିଲର ଉପସ୍ଥିତ ନଥିଲେ ।

ବିକାଶ କାମକୁ ନେଇ ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ଛକା ପିଞ୍ଜl ଯୋଗୁ ପୌର ପରିଷଦ ର ବିକାସ ଘର ଠପ୍ l ସେହିପରି ସଂଧ୍ୟାରେ ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, କର୍ମଚାରୀ ଯୋଗଦେଇଥିବାବେଳେ ମାତ୍ର ଦୁଇଜଣ କାଉନସିଲର ଅଶୋକ କୁମାର ରାଉତ, ପାର୍ଥସାରଥୀ ନାୟକ ଭାଗ ନେଇଥିଲେ । ଅନ୍ୟ କୌଣସି କାଉନସିଲର ଏହି କାର୍ଯ୍ୟକ୍ରମକୂ ବର୍ଜନ କରି ଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ସ୍ୱାଧୀନତା ଦିବସରେ ପରେଡ୍ ବନ୍ଦ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ପୌରାଧ୍ୟକ୍ଷା ଦୀର୍ଘ ବର୍ଷର ପରମ୍ପରାକୁ କ୍ଷୁର୍ଣ୍ଣ କରିଥିବାର ଅଭିଯୋଗ ହୋଇଥିଲା ।

ଆଜି ସ୍ୱାୟତ ଶାସନ ଦିବସରେ ଦଳୀୟ କାଉନସିଲର କିମ୍ବା ବିରୋଧୀ ଦଳର କାଉନସିଲର ଅନୁପସ୍ଥିତ ରହିବା ଘଟଣା ପୁଣି ବିବାଦକୁ ପଦାରେ ପକାଇଛି । ସହରରେ ଉନ୍ନୟନମୂଳକ କାର୍ଯ୍ୟରେ ଅଧ୍ୟକ୍ଷା ବାଧା ଦେଉଥିବାରୁ ସ୍ୱାୟତ ଶାସନ ଦିବସରେ ଭାଗ ନେଲୁନାହିଁ ବୋଲି ବହୁ କାଉନସିଲର ସୂଚନା ଦେଇଛନ୍ତି ପୌର ପରିଷଦର ସ୍ୱlୟତ ଶାସନ ଉତ୍ସବରେ ଚେୟାର ଗୁଡିକ ଖାଲି ପଡ଼ି ଥିଲା ନାନା ଅସୁବିଧା ପରିଲକ୍ଷିତ ହୋଇ ଥିଲା l ଛତ୍ର ଛାତ୍ରୀ ମାନଂକ ସଂlସ୍କୃତିକ କାର୍ଯ୍ୟ କ୍ରମ ବିଳମ୍ବରେ କାରା ଯାଇ ଥିବାରୁ ଅଭିଭାକ ମହଲ ରେ ଆଶୋତନ୍ତ ପ୍ରକାଶ ପାଇ ଥିଲା ସ୍ୱlୟତ ଶାସନ ଉତ୍ସବ ଫିକା ପଡି ଥିଲା l ଅଧ୍ୟକ୍ଷତାଙ୍କୁ ଏଥି ପାଇଁ ଦlୟୀ କାରାଯାଉଛି l
ରିପୋର୍ଟ -ଅଭିମନ୍ୟୁ ମିଶ୍ର 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking