30.1 C
Bhubaneswar
Monday, October 21, 2024
Homeଅପରାଧନାବାଳିକା ଝିଅକୁ ମାରିଦେଲା ନୃଶଂସ ବାପା

ନାବାଳିକା ଝିଅକୁ ମାରିଦେଲା ନୃଶଂସ ବାପା

ନୂଆପଡା: ୧୩ ବର୍ଷର ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ବାପା ମାଆ ଝଗଡା ତୁଟାଇବାକୁ  ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚାର ଉଚାରା ଜାରି ରହିଛି। ଏଭଳି ଅଭାବନୀୟ ଘଟଣା ନୂଆପଡ଼ା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁ’ରେ ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳେ ବାବା-ମା’ଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହି ଝଗଡ଼ାକୁ ରୋକିବା ଳପାଇଁ ୧୩ ବର୍ଷର ନାବାଳିକା ବାପା-ମା’ଙ୍କ ପାଖକୁ ଯାଇ ବୁଝାଇଥିଲା । ନୃଶଂସ ବାପା ରାଗରେ ଜର୍ଜରିତ ହୋଇ ଝିଅର ତଣ୍ଟିକୁ ଚିପି ଦେଇଥିଲା । ଏହାକୁ ନେଇ ଗ୍ରମାବାସୀ ମାନେ ଝିଅକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ନାବାକଳିକୁ ମୃତ ଘୋଷଣା କରିଥିଲେ । ଖବର ପୋଳିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଜହ୍ଲାଦ ବାପାକୁ ଅଟକ ରଖି ପଚରା ଉଚ୍ଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking