29.1 C
Bhubaneswar
Monday, November 18, 2024
Homeଓଡିଶାଶିଶୁଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ : ଗଞ୍ଜାମ ଜିଲ୍ଲାରେ ୩.୮ ଲକ୍ଷ, ବିଏମସିରେ...

ଶିଶୁଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ : ଗଞ୍ଜାମ ଜିଲ୍ଲାରେ ୩.୮ ଲକ୍ଷ, ବିଏମସିରେ ୪୯,୭୯୭ ଚିହ୍ନଟ

ଗଞ୍ଜାମ : ରାଜ୍ୟରେ ତଥା ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ ବର୍ଷ ବୟସରୁ ୧୮ ବର୍ଷ ବୟସର ସମସ୍ତ ଶିଶୁଙ୍କୁ  କୋଭିଡ ଟିକା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଦେଇଛି । ଏହିକ୍ରମରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଳାର ସମସ୍ତ ଅଞ୍ଚଳରେ ଶିଶୁଙ୍କ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁ୍‌ତି ସରିଛି ବୋଲି ଏଡିପିଏଚଓ (ଶିଶୁ,ପରିବାରକଲ୍ୟାଣ) ଡାକ୍ତର ଭି.ସରୋଜିନୀ ଦେବୀ ସୂଚନା ଦେଇଛନ୍ତି । ଜିଲ୍ଳାରେ ୧୫ରୁ ୧୮ ବୟସର କେତେଜଣ ଶିଶୁଙ୍କୁ ଟିକା ଦିଆଯିବ ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି  ନିର୍ଦ୍ଦେଶ ଆସିନଥିଲେ ମଧ୍ୟ ଜିଲ୍ଳାରେ ଏହି ବର୍ଗର ମୋଟ ୩.୮ ଲକ୍ଷ ଶିଶୁ ଟିକା ପାଇବା ପାଇଁ ଯୋଗ୍ୟ ରହିଛନ୍ତି ।

ସେମାନଙ୍କର ପଞ୍ଜିକରଣ କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବ । ବ୍ରହ୍ମପୁର ସହରରେ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯିବ । କିନ୍ତୁ ଅନ୍ୟ ଅଞ୍ଚଳ ମାନଙ୍କରେ ଜିଲ୍ଳାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଗୁଡିକରେ ଟିକା ଦିଆଯିବାକୁ ସ୍ଥିର କରାଯାଇଛି । ସମସ୍ତ ଶିଶୁଙ୍କ କୋଭାକ୍ସିନ ଟିକା ଦିଆଯିବ । ଶିଶୁମାନଙ୍କ ସହ ଅଭିଭାବକ ମାନେ ଟିକା କେନ୍ଦ୍ରକୁ ଆସିବେ । ମାସକ ମଧ୍ୟରେ ଟିକା କାର୍ଯ୍ୟକ୍ରମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡାକ୍ତର ସରୋଜିନୀ ଦେବୀ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନ ଅନୁଯାୟୀ ଶିଶୁଙ୍କ ଆଧାରକାର୍ଡ, ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ପରିଚୟ ପତ୍ରକୁ ପ୍ରମାଣ ଭାବେ ଗ୍ରହଣ କରାଯିବ ବୋଲି ଡାକ୍ତର ସରୋଜିନୀ ଦେବୀ କହିଛନ୍ତି ।

ଅନ୍ୟପକ୍ଷରେ ବିଏମସି ଅଞ୍ଚଳରେ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୮ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଟିକା ଦିଆଯିବ । ବିଏମସି ଅଞ୍ଚଳରେ ମୋଟ ୪୯,୭୯୭ ଜଣ ଟିକା ନେବା ପାଇଁ ଯୋଗ୍ୟ ଅଛନ୍ତି । ତେବେ ଶିଶୁଙ୍କ ଟିକାକରଣ ବେଳେ ପ୍ରାଥମିକ ସ୍ଥିତି ସଂପର୍କରେ ପର୍ଯ୍ୟବେକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ସିଟି ହେଲଥ ଅଫିସର ଡାକ୍ତର ମନୋଜ କୁମାର ପଣ୍ଡା କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେବଳ ସହରାଞ୍ଚଳ ସ୍ମାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯିବ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ରାମଲିଙ୍ଗେଶ୍ୱର ପାର୍କରେ ମଧ୍ୟ ଦିଆଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ସହରର ଜନସାଧାରଣଙ୍କ ମଧ୍ୟରେ ପ୍ରଥମ ଡୋଜର ସଫଳତା ହାର ୧୦୭ ରହିଛି । ସେହିଭଳି ଦ୍ୱିତିୟ ଡୋଜର ସଫଳତା ହାର ୭୮ ପ୍ରତିଶତ ରହିଛି । ପ୍ରକାଶଯୋଗ୍ୟ, ଯେ ଜିଲ୍ଳା ସ୍ତରରେ କୋଭିଡ ଟିକାକରଣ ପାଇଁ ମୋଟ ୨୭,୨୨,୯୦୬ ଜଣ ରହିଥିବା ବେଳେ ସେଥିମଧ୍ୟରୁ ଏଯାବତ୍ ୨୩,୭୩,୧୯୫ ଜଣ  ପ୍ରଥମ ଡୋଜ ଟିକା ନେଇସାରିଛନ୍ତି ।  ଅନ୍ୟପକ୍ଷରେ ଏଯାବତ୍  ୨୧,୩୫,୮୮୧ ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଗାମୀ ଦିନରେ ବୁଷ୍ଟର ଡୋଜ ନେବା ପାଇଁ ୬୦ରୁ ଉର୍ଦ୍ଧ୍ୱ ଏବଂ ଅନ୍ୟ ଗୁରୁତର ବ୍ୟାଧିରେ ଆକ୍ରାାନ୍ତଙ୍କ ସଂଖ୍ୟା ପ୍ରାୟ ୭ ଲକ୍ଷ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking