ବ୍ୟୁରୋ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏପରି ଅନେକ ସ୍ଥାନ ଅଛି ଯାହାର ରହସ୍ୟର ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାନ୍ତି । ତେବେ ଏବେ ଅନେକ ଦଶନ୍ଧି ପରେ ଅନେକ ସ୍ଥାନର ରହସ୍ୟ ବିଷୟରେ ଜାଣିବାକୁ ମିଳୁଛି । ଏପରି ଏକ ସ୍ଥାନ ହେଉଛି ଅବଖାଜିଆର ଗାଗ୍ରା ପର୍ବତର ଭେରୋଭକିନା ଗୁମ୍ଫା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୁମ୍ଫା ଏତେ ଗଭୀର ଯେ ଏହା ବୁର୍ଜ ଖଲିଫା ପରି ପ୍ରାୟ ୩ ଟି କୋଠାକୁ ସ୍ଥାନିତ କରିପାରିବ । କେବଳ ଏତିକି ନୁହେଁ ଏହା ଲଣ୍ଡନର ଶାର୍ଡ ପରି ୭ ଟି କୋଠାକୁ ଗିଳିପାରେ । ତେବେ ଏହାର ତଳ ଭାଗକୁ ଯିବାକୁ ୫୦ ବର୍ଷରୁ ଅଧିକ ସମୟ ଲାଗିଥିଲା ।
ଅବଖାଜିଆର ଗାଗ୍ରା ପାର୍ବତ୍ୟରୁ ମିଳିଥିବା ଭେରୋଭକିନା ଗୁମ୍ଫା ଏକ ରିସ୍କି ସମର୍ôଥତ ବିଚ୍ଛିନ୍ନତାବାଦୀ ଅଞ୍ଚଳ । ଏହା ଏକଦା ଜର୍ଜିଆ ଦ୍ୱାରା ଶାସିତ ହୋଇଥିଲା ଏବଂ ଭୂମିରେ ୭,୨୯୩ ଫୁଟ ବିସ୍ତାର କରିଥିଲା। ସମୁଦାୟ ୫୦ ବର୍ଷରୁ ଅଧିକ ସମୟ ନେଇଥିବା ଏହି ଭେରୋଭକିନା ଗୁମ୍ଫାର ତଳ ଭାଗକୁ ଯିବା ପାଇଁ ୩୦ରୁ ଅଧିକ ସମୟ ଲାଗିଥିଲା । ତଥାପି ଏହାର ପାଦଦେଶରେ ପହଞ୍ଚିବା ସତ୍ତ୍ୱେ ବିଷେଶଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହାକୁ ନେଇ ଆହୁରି ଅନେକ ଆବିଷ୍କାର ହେବା ବାକି ରହିଛି । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଏହାର ପ୍ରବେଶ ଦ୍ୱାର ଦୁଇଟି ପର୍ବତ ମଧ୍ୟରେ ଅବସ୍ଥିତ, ଯାହା ଫ୍ରୋଟସ୍ ଏବଂ ଅମ୍ବରେଲା ଭାବରେ ଜଣାଶୁଣା । ଏହା ଭିତରକୁ ଯାଇ ଏହାର ରହସ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରିବା ବିପଦରେ ପରିପୂର୍ଣ୍ଣ ହୋଇଥାଏ ।
୨୦୧୮ ରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ପାଦଦେଶରେ ଅବତରଣ କରିଥିବା ଏକ ଦଳ ହଠାତ୍ ବନ୍ୟାରେ ବୁଡ଼ି ଯାଇଥିଲେ । ଏହି ଭୟାନକ ଘଟଣାର ସାକ୍ଷୀ ଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ଗୁମ୍ଫା ଫଟୋଗ୍ରାଫର ରବି ଶୋନ୍ କହିଛନ୍ତି ଯେ ଗୁମ୍ଫା ଭିତରେ ଥିବା ଏକ ଗର୍ତ୍ତରୁ ପାଣି ଆସିବା ଆରମ୍ଭ କଲା ଏବଂ ଆମେ ବଡିବାକୁ ଲିଗିଥିଲୁ । ସେଠାରେ ନିର୍ମିତ ଆମ ଘର ଭିତରେ ସମ୍ପୂର୍ଣ୍ଣ ଜଳ ପ୍ରବେଶ କରିଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସେହି ସ୍ୱରକୁ କେବେବି ଭୁଲି ପାରିବି ନାହିଁ । ଗୁମ୍ଫାର ତଳଭାଗରେ ପହଞ୍ଚିବା ପାଇଁ ହଜାରେ ଫୁଟ ଦଉଡିରେ ଚଢିକି ଯିବାକୁ ପଡିଥିଲା । ଏହା ସହ ପାଣି ଏବଂ କାଦୁଅରେ ଭାରୀ ଲଗେଜ୍ ନେଇ ଯିବା ପାଇଁ ଚାରି ଦିନ ଲାଗିଗଲା ବୋଲି ରବି ଶୋନ୍ କହିଛନ୍ତି । ସେ କହିଛନ୍ତି ଯେ ଆମେରିକାର କେଣ୍ଟୁକିରେ ଥିବା ଗୁମ୍ଫାର ନେଟୱାର୍କଠାରୁ ଭେରୋଭକିନା ସମ୍ପୂର୍ଣ୍ଣ ଭିନ୍ନ । ଏହି ସ୍ଥାନ ଯୋଗୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା । ଯାହାଫଳରେ ଲୋକମାନେ ଏହାକୁ ନେଇ ବହୁତ ସତର୍କ ରହୁଛନ୍ତି ।