ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀର ଗୁରୁଗ୍ରାମରେ ଏକ ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରେଳ ଟ୍ରାକରୁ ଯୁବତୀଙ୍କ ବନ୍ଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ମୃତ୍ୟୁ କିପରି ହୋଇଛି ତାହା ଅସ୍ପଷ୍ଟ । ପୋଲିସର ସୂଚନା ଅନୁସାରେ ଡିସେମ୍ବର ୧୪ରେ ଯୁବକ ଜଣଙ୍କ ହୋଟେଲ ରୁମ ବୁକ କରିଥିଲେ । ପରେ ବନ୍ଧୁ ଜଣଙ୍କ ଏକାକୀ ରୁମରୁ ବାହାରିଥିଲେ । ଦୁଇଦିନ ପରେ ହୋଟେଲ ରୁମ ଖୋଲିବା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେଠାରେ ଥିବା ପୋଲିସକୁ ସେମାନେ ଜଣାଇଥିଲେ । କୋଠରୀ ଖୋଲିବା ପରେ କାଜଲଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ସୂଚନା ଅନୁସାରେ ଜଣାପଡିଛି କାଜଲ ଦୁଇ ବର୍ଷ ପୂର୍ବେ ନିଜ ସ୍ୱାମୀକୁ ଛାଡପତ୍ର ଦେଇଥିଲେ । କାଜଲର ମୃତ୍ୟୁ ପରେ ବନ୍ଧୁ ଜଣଙ୍କ ରେଳ ଟ୍ରାକରେ ମୃତ୍ୟୁବରଣ କରିଛି । ଏନେି ପୋଲିସ ତଦନ୍ତ ଜାରି ରଖିଛି ।