ଆଳି : ଦେବକି ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ଛାତ୍ରୀଙ୍କ ବାପା। ମୋ ଝିଅର ରଶ୍ମିରେଖା କେବେ ଆତ୍ମହତ୍ୟା କରିବନାହିଁ। ତାଙ୍କୁ ହତ୍ୟା କରାଯିବା ପରେ ଏଠାରେ ଓଡଣିରେ ଟାଙ୍ଗି ଦେଇ ବା ହଷ୍ଟେଲ୍ ମାଲିକଙ୍କ ନାଁ ଅଭିଯୋଗ ଆଣିଲେ ଛାତ୍ରୀଙ୍କ ବାପା ହୃଷିକେଶ ଖିଲାର। ଏନେଇ ଓଲଟପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ସୂଚନା ମୁତାବିକ, କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଛାତ୍ରୀ ରଶ୍ମି ରେଖା ଖିଲାର ଅଡ଼ଶପୁର ଦେବକି ହଷ୍ଟେଲରେ ରହି ଉଦାୟନାଥ ମହାବିଦ୍ୟାଳୟର ବିଜ୍ଞାନର ୩ୟ ବର୍ଷର ପାଠପଢ଼ୁଥିଲେ। ତାଙ୍କ ଘର ଯାଜପୁର କୁଆ ଖିଆ ଥାନା ଅନ୍ତର୍ଗତ ବେଦମତି ଗାଁ । ଉଚ୍ଚ ଶିକ୍ଷା ପାଇଁ ୨୦୨୦ ମସିହାରେ ନିଆଳିରେ ରହି ପାଠ ପଢିବାକୁ ଆସିଥିଲେ। ତେବେ ଦୀପାବଳି ରାତିରେ ଘଟିଥିଲା ଅଘଟଣ। ଗତାକଲି ରାତି ପ୍ରାୟ ୧୨ଟା ୨୫ ମିନିଟ ସମୟରେ ଝଅ ରଶ୍ମିରେଖା ଖିଲାର ରହୁଥିବା ହଷ୍ଟେଲରୁ ଛାତ୍ରୀଙ୍କ ବାପା ହୃଷିକେଶଙ୍କୁ ପାଖକୁ ଫୋନ୍ କରିଥିଲେ ହଷ୍ଟେଲ ମାଲିକ। ରଶ୍ମି ହଷ୍ଟେଲରୁ ନିଖୋଜ ନେଇ ହଷ୍ଟେଲ ମାଲିକ ହୃଷିକେଶ ଖବର ଦେଇଥିଲେ। ଛାତ୍ରୀଙ୍କ ବାପା ତାଙ୍କ ଗ୍ରାମର ସରପଞ୍ଚ ଓ କିଛି ଯୁବକଙ୍କୁ ନେଇ ନିଆଳି ଦେବକି ହଷ୍ଟେଲରେ ୨ଟା ୩ ମିନିଟରେ ପହଞ୍ଚିଥିଲେ । ସେଠାରେ ଜାଣିବାକୁ ପାଇଥିଲେ କି ରଶ୍ମିରେଖା ବେକରେ ଓଡ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରେ ଛାତ୍ରୀ ରହୁଥିବା ହଷ୍ଟେଲ୍ ରୁମ୍କୁ ଯାଇ ହୃଷିକେଶ ଦେଖିବାକୁ ପାଇଥିଲେ ରୁମ୍ କବାଟ ଖୋଲାଥିଲା । ସେ ରୁମ୍ ୩ତିନୋଟି ଅଲଗା ଅଲଗା ଖଟ ପଡିଥିବା ବେଳେ ଏକ ଲୁହା ର୍ୟାକ କାନ୍ଥ କଡ଼କୁ ରଖାଯାଇଥିଲା । ଏହାକୁ ଦେଖିବା ପରେ ଛାତ୍ରୀଙ୍କ ବାପା ତାଜୁବ ହୋଇଯାଇଥିଲେ। ଛାତ୍ରୀଜଣକ କେବେ ହେଲେ ଓଡଣୀ ଲାଗା ଆତ୍ମହ୍ୟା କରିନଥିବେ ଛାତ୍ରୀଙ୍କ ବଡବାପା ଅଭିଯୋଗ କରିଥିଲେ।
ପାରିପାର୍ଶିକ ପରିସ୍ଥିତିକୁ ଦେଖି ତାଙ୍କ ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା। ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ,। ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।