ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ଯୁବତୀଙ୍କ ମୃତ୍ୟୁ ମୃତଦେହ ଫେରାଇ ଆଣିବାକୁ ସରକାର ଙ୍କୁ ଅନୁରୋଧ କଲେ ଯୁବତୀ ର ପରିବାର ଲୋକେ । ସାମ୍ବାଦିକ ସମ୍ମିଳନୀରେ ମୃତ ଦେହ ଫେରାଇ ଆଣିବା ଲାଗି ନିଜର ଅକ୍ଷମତା ପ୍ରକାଶ କରିଥିବା ବେଳେ ପ୍ରଶାସନ ମୃତ ଦେହ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି । ସୂଚନା ଥାଉକି କଣାସ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ ଯୁବକ କଣ୍ଟାକ୍ଟ କରି ନେଇ ପଳାଇଥିଲା । ଗତ ୬ ତାରିଖରେ ଉକ୍ତ ଯୁବତୀଙ୍କର ବେଲାନ୍ଦୁର ଥାନା ଅଞ୍ଚଳରେ ମୃତ୍ୟୁ ଘଟିଛି ।
ଝିଅର ମୃତଦେହ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କ ପିତାମାତା ସାମ୍ବାଦିକ ସମ୍ମିଳନୀରେ ଆକୁଳ ନିବେଦନ କରିଛନ୍ତି । ଝିଅର ମୃତଦେହ ସେଠାରେ ୫ଦିନ କାଳ ପଡିରହିଛି ।, କଣାସ ଥାନା ବେଣାଗାଁର ଜନୈକା ୧୭ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ୨୦୨୧ ମସିହା ଏପ୍ରିଲ ୨୬ ତାରିଖରେ କେଉଁ ଆଡେ ନେଇ ଯାଇଥିବା ସମ୍ପର୍କରେ ଝିଅର ବାପା ସେହି ମାସ ୩୦ ତାରିଖରେ କଣାସ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅପହରଣକାରୀ ଝିଅକୁ ମାରି ଦେବାର ଆଶଙ୍କା କରି ଝିଅକୁ ଉଦ୍ଧାର ପାଇଁ ବାପା ପୁଲିସର ନେହୁରା ହୋଇଥିଲେ । ମାତ୍ର ପୁଲିସ ଏଭଳି ଅଭିଯୋଗକୁ ଗୁରୁତ୍ବ ନଦେବା ଝିଅର ବାପା ଅଭିଯୋଗ କରିଛନ୍ତି ।
ଅପହରଣକାରୀ ଯୁବକ ଉକ୍ତ ନାବାଳିକାକୁ ପରବର୍ତ୍ତୀ ସମୟରେ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ ।ଗତ ୬ ତାରିଖ ରାତି ୨ଟାରେ ଝିଅର ମରିବା ଖବର ସହିତ ମୃତ ଦେହକୁ ନେଇଯିବା ପାଇଁ ଫୋନ କଲ ଆସିଥିଲା।ମଙ୍ଗଳବାର ଝିଅର ବାପା ଏସଂକ୍ରାନ୍ତରେ କଣାସ ଥାନାରେ ଜଣାଇଥିଲେ।ଅନ୍ୟପଟେ ପୋଲିସ ର ଦାୟିତ୍ବ ହୀନତା ପାଇଁ ଆଜି ଏଭଳି ଘଟଣା ଘଟି ନିରୀହ ଯୁବତୀ ର ମୃତ୍ୟୁ ହୋଇଛି ବୋଲି ଜାତୀୟ ଦଳିତ , ଆଦିବାସୀ ଓ ସଂଖ୍ୟାଲଘୁ ମହାସଂଘ ର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଅଭିଯୋଗ କରିଛନ୍ତି।ମୃତ ଦେହ ଫେରାଇ ଆଣିବା ଲାଗି ମୃତାଙ୍କ ମା ‘ ପୁଲିସ ଡିଜି ଓ ପୁରୀ ଏସ୍ପି ଙ୍କୁ ଲିଖତ ଅଭିଯୋଗ କରି ମୃତଦେହକୁ ଓଡିଶା ଆଣିବାରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।