17.1 C
Bhubaneswar
Monday, November 25, 2024
Homeଓଡିଶାକଟକସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଘଟଣା: ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା...

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଘଟଣା: ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା ସାଇବର ଥାନା

କଟକ : ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା। ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ। ବର୍ଷାଙ୍କ ଏତଲା ଆଧାରରେ ସାଇବର ଥାନା ଫେସବୁକକୁ ତଥ୍ୟ ମାଗିଛି। ଫେକ୍ ଆକାଉଣ୍ଟ ଦ୍ଵାର ତାଙ୍କ ସମ୍ମାନହାନି କରାଯାଉଥିବା ଅଭିଯୋଗ କରିଥିଲେ ବର୍ଷା। ତେବେ ଏହି ଫେସବୁକ ଆକାଉଣ୍ଟଟି କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେନେଇ କଟକ ସାଇବର ଥାନା ପୋଲିସ ତଥ୍ୟ ମାଗିଛି।

ସୂଚନାନୁଯାୟୀ, ସୋସିଆଲ ମିଡିଆରେ ଅସମ୍ମାନଜନକ ଟିପ୍ପଣୀ ଦେବା ନେଇ ଗତ ୨୫ ତାରିଖରେ ବର୍ଷା ସାଇବର ଥାନାରେ ଅଭିଯୋଗ କରିଥିଲେ। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ନାମକ ଏକ ଫେସବୁକ ଆକାଉଣ୍ଟରୁ ତାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନଜନକ ଟିପ୍ପଣୀ ଦେଉଥିବା ନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ପ୍ରକାଶ ଥାଉକି, ବର୍ଷାଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପେଜ ଓ ଆଇଡିରୁ ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ପୋଷ୍ଟ କରଯାଇଥିଲା । ଏନେଇ ସାଇବର ଥାନାରେ IPC ର ଧାରା ୫୦୯ ଓ IT ଆକ୍ଟ ୬୭ ରେ ମାମଲା ରୁଜୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking