25.1 C
Bhubaneswar
Monday, October 21, 2024
Homeଓଡିଶାସମ୍ବଲପୁରରେ ପୁଣି ବଢ଼ିଲା କର୍ଫ୍ୟୁ କୋହଳ ଅବଧି

ସମ୍ବଲପୁରରେ ପୁଣି ବଢ଼ିଲା କର୍ଫ୍ୟୁ କୋହଳ ଅବଧି

ସମ୍ବଲପୁର: ସମ୍ବଲପୁରରେ ଧୀରେ ଧୀରେ ଫେରୁଛି ସ୍ୱାଭାବିକ ସ୍ଥିତି । ପୁଣି ବଢ଼ିଲା କର୍ଫ୍ୟୁ କୋହଳ ଅବଧି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋହଳ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ କୋହଳ କରାଯାଇଥିଲା । ଏବେ ଆଉ ଘଣ୍ଟାଏ ଅବଧି ବୃଦ୍ଧି କରାଗଲା । ସଭା ସମିତି କିମ୍ବା ଏକାଠି ହୋଇପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ବଢ଼ିଲା କୋହଳ ଅବଧି । ଏପଟେ ଆସନ୍ତାକାଲି ସକାଳ ୧୦ଟ ପର୍ଯ୍ୟନ୍ତ ମୋବାଇଲ ନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ସହରରେ ଇଣ୍ଟରନେଟ୍ ବନ୍ଦ ହେବା କାରଣରୁ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିଶେଷକରି ଯେଉଁମାନେ ଅନଲାଇନରେ କାମ କରନ୍ତି, ପାଠ ପଢ଼ନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ସମ୍ପ୍ରଦାୟର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ଅପରପକ୍ଷରେ ଇଣ୍ଟର୍‌ନେଟ୍ କଟକଣା ଗୁରୁବାରଠାରୁ କିଛି ମାତ୍ରାରେ କୋହଳ ହୋଇଛି । ଗୁରୁବାରଠାରୁ ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏ ଜିଲ୍ଲାରେ ସମସ୍ତ ଲିଜ୍‌ ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସେବା ଉପଲବ୍‌ଧ ହୋଇଛି । ଅର୍ଥାତ୍ ଯେଉଁମାନଙ୍କ ନିକଟରେ ବ୍ରଡ୍‌ବ୍ୟାଣ୍ଡ ବା ଲିଜ୍‌ ଲାଇନ୍ ଅଛି, ସେମାନେ ଇଣ୍ଟର୍‌ନେଟ୍‌ ପାଇପାରିଛନ୍ତି । ମୁଖ୍ୟତଃ ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଗତ ୧୨ ଓ ୧୪ ତାରିଖରେ ଘଟିଥିବା ଘଟଣାରେ ପୋଲିସ ଆଉ ୮ ଜଣଙ୍କୁ ଗିରଫ କରିଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking