26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବାଘ ମୁହଁରୁ ବାଛୁରୀକୁ ବଞ୍ଚାଇଲା ଗାଈ

ବାଘ ମୁହଁରୁ ବାଛୁରୀକୁ ବଞ୍ଚାଇଲା ଗାଈ

ଡେରାଡୁନ: ଉତ୍ତରାଖଣ୍ଡ ପୌଡ଼ି ଜିଲ୍ଲାର ପାପଡ଼ି ଗାଁରେ ଏକ ଗାଈ ବାଘ ମୁହଁରୁ ବାଛୁରୀକୁ ବଞ୍ଚାଇ ଦେଇଛି । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ୪୫ ସେକେଣ୍ଡ୍‌ର ଭିଡିଓରେ କେତେକ ଗାଈ ଚରୁଥିବା ବେଳେ ଅଚାନକ ଏକ ବାଘ ସେମାନଙ୍କ ଆଡ଼କୁ ଦୌଡ଼ି ଆସୁଛି। ବାଘକୁ ଦେଖି ସବୁ ଗାଈ ଦୌଡ଼ି ପଳାଇଥିବା ବେଳେ ଗୋଟିଏ ବାଛୁରୀ ସେମାନଙ୍କ ଠାରୁ ଅଲଗା ହୋଇ ଅନ୍ୟ ଆଡ଼କୁ ଦୌଡ଼ୁଛି । ଏହା ଦେଖି ବାଘକୁ ତା’ ପଛରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।

ଭିଡିଓର ୨୨ତମ ସେକେଣ୍ଡ୍‌ରେ ବାଘଟି ବାଛୁରୀକୁ ମାଡ଼ିବସିଛି । ଏହି ସମୟରେ ଗାଈଟି ବାଛୁରୀକୁ ବଞ୍ଚାଇବା ଦୌଡ଼ି ଆସିଛି ଏବଂ ତାକୁ ଦେଖି ବାଘ ପରବର୍ତ୍ତୀ ୫ ସେକେଣ୍ଡ୍ ମଧ୍ୟରେ ବାଛୁରୀକୁ ଛାଡ଼ି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଉଛି । ଫଳରେ ବାଛୁରୀର ଜୀବନ ବଞ୍ଚିଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଜଙ୍ଗଲରୁ ଜନବସତିମୁହଁ ହୋଇଥିବା ବାଘଟି ସପ୍ତାହକ ତଳେ ଗାଁର ଦୁଇଜଣଙ୍କୁ ଶିକାର କରିଥିଲା । ଏହାପରେ ବନ ବିଭାଗ ଡ୍ରୋନ୍ ଜରିଆରେ ଗାଁର ଆଖପାଖରେ ଘୂରି ବୁଲୁଥିବା ବାଘର ଲୋକେସନ୍ ସନ୍ଧାନ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking