28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଏପ୍ରିଲ ୨୫ରେ ଉଦ୍ଘାଟିତ ହେବ ଦେଶର ପ୍ରଥମ ୱାଟର ମେଟ୍ରୋ

ଏପ୍ରିଲ ୨୫ରେ ଉଦ୍ଘାଟିତ ହେବ ଦେଶର ପ୍ରଥମ ୱାଟର ମେଟ୍ରୋ

ନୂଆଦିଲ୍ଲୀ: ଏପ୍ରିଲ ୨୫ ତାରିଖରେ କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ୱାଟର ମେଟ୍ରୋ ୧୫ଟି ରୁଟ ଦେଇ ଚାଲିବ । ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବା ସହ ଆଠଟି ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡଙ୍ଗା ସହିତ ଆରମ୍ଭ ହେବ।ଅଧିକାରୀମାନେ କହିଛନ୍ତି ଯେ, ଏହାଦ୍ବାରା ପରିବହନରେ ଉନ୍ନତି ଆସିବା ସହ ଯାତାୟତ ସହଜ ହେବ। ସିଏମ ପିନାରାଇ ବିଜୟ କହିଛନ୍ତି ଯେ, ୱାଟର ମେଟ୍ରୋ ରାଜ୍ୟରେ ଜଳ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।

ୱାଟର ମେଟ୍ରୋ ଏକ ସୁଲଭ ମୂଲ୍ୟର ଟ୍ୟାଗ୍ ସହିତ ଆସିବ । କୋଚି ମେଟ୍ରୋ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଏହା ୧୫ଟି ରୁଟରେ ଚାଲିବା ସହ ୭୫ କିଲୋମିଟର ଦୂରତା ଅତିକ୍ରମ କରିବ । ସିଙ୍ଗଲ୍ ଟ୍ରିପ୍ ଟିକେଟ୍ ବ୍ୟତୀତ ଯାତ୍ରୀ ମାନେ ୱାଟର ମେଟ୍ରୋରେ ସାପ୍ତାହିକ, ମାସିକ ଓ ତ୍ରୈମାସିକ ପାସ ମଧ୍ୟ ପାଇପାରିବେ । ଏହି ସେବା ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ଯୋଗାଇବ। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୧,୧୩୭ କୋଟି ଟଙ୍କା ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking