32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଦେଶ ପାଳୁଛି ବିଜୟ ଦିବସ

ଦେଶ ପାଳୁଛି ବିଜୟ ଦିବସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିବର୍ଷ ଡିସେମ୍ବର ୧୬ ରେ ବିଜୟ ଦିବସ ପାଳନ କରାଯାଏ।୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସହିଦ ଯବାନଙ୍କ ବଳିଦାନ ଏବଂ ଭାରତୀୟ ସେନାର ଅଦମ୍ୟ ସାହସକୁ ମନେ ପକାଇବାର ଏହି ଦିନ । ଆଜି ବିଜୟ ଦିବସରେ ଆମେ ୧୯୭୧ରେ ଭାରତର ଐତିହାସିକ ବିଜୟରେ ଯୋଗଦାନ ଦେଇଥିବା ବୀର ଯବାନଙ୍କ ସାହସ ଓ ବଳିଦାନକୁ ସମ୍ମାନ ଜଣାଉଛୁ। ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଅତୁଟ ସଂକଳ୍ପ ଦେଶକୁ ବଞ୍ଚାଇଛି ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି। ଏହି ଦିନ ତାଙ୍କ ଅସାଧାରଣ ବୀରତ୍ୱ ଏବଂ ତାଙ୍କର ଅତୁଟ ମନୋବଳର ଶ୍ରଦ୍ଧାଞ୍ଜଳି। ସେମାନଙ୍କ ବଳିଦାନ ସର୍ବଦା ପିଢ଼ିକୁ ପ୍ରେରଣା ଯୋଗାଇବ ଏବଂ ଆମ ଦେଶର ଇତିହାସରେ ଗଭୀର ଭାବରେ ଜଡ଼ିତ ରହିବ ବୋଲି ମୋଦି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking