20.1 C
Bhubaneswar
Saturday, November 16, 2024
Homeକମନୱେଲଥ ଗେମ୍ସଜୁଲାଇ ୨୮ ରୁ ଆରମ୍ଭ ହେବ କମନୱେଲଥ ଗେମସ

ଜୁଲାଇ ୨୮ ରୁ ଆରମ୍ଭ ହେବ କମନୱେଲଥ ଗେମସ

ନୂଆଦିଲ୍ଲୀ : ବର୍ମିିଂହାମରେ ଆୟୋଜିତ ହେବ କମନୱେଲଥ ଗେମସ ।ଭାରତୀୟ ଅଲମ୍ପିକ ଆସୋସିଏସନ ବା ଆଇଓଏ ଦ୍ୱାରା ଆୟୋଜିତ ହେବ । ଏଥିରେ ୩୨୨ ସଦସ୍ୟ ରହିଥିବା ବେଳେ ଏକ ଶକ୍ତିଶାଳୀ କଣ୍ଟିଜେଣ୍ଟ ନାମିତ କରିଛି । ଏହି କଣ୍ଟିଜେଣ୍ଟ ରେ ୨୧୫ ଆଥଲେଟ ଏବଂ ୧୦୭ ଅଧିକାରୀ ଏବଂ ସପୋର୍ଟ ଷ୍ଟାଫ ରହିଛନ୍ତି । ଏହି ଗେମସ ଜୁଲାଇ ୨୮ ରୁ ଅଗଷ୍ଟ ୮ ଯାଏଁ ବ୍ରିଟିଶ ସହରରେ ହେବାକୁ ଯାଉଛି । ୨୦୧୮ ରେ ଗୋଲଡ କୋଷ୍ଟରେ ଅଷ୍ଟ୍ରେଲିଆ ବେଂ ଇଂଲଣ୍ଡ ପଛରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । କମନୱେଲଥ ଗେମସ ଯାହାକୁ ଫ୍ରେଣ୍ଡଲି ଗେମସ ମଧ୍ୟ କୁହାଯାଏ ।ଏହା ହେଉଛି ଆନ୍ତର୍ଜାତୀୟ ମଲ୍ଟି-ସ୍ପୋର୍ଟ ଇଭେଣ୍ଟ । ଯାହାକି କମନୱେଲଥ ଅଫ ନେସନର ଆଥଲେଟମାନଙ୍କୁ ନେଇ ଜଡିତ ।ଏହି କାର୍ଯ୍ୟକ୍ରମ ପ୍ରଥମେ ୧୯୩୦ ରେ ଅନୁଷ୍ଠିତ ହୋଇଥିଲା ।୧୯୪୨ ଏବଂ ୧୯୪୬ କୁ ଛାଡିଦେଲେ ସେହିଦିନ ଠାରୁ ପ୍ରତି ୪ ବର୍ଷରେ ଏହା ଅନୁଷ୍ଠିତ ହୁଏ । କମନୱେଲଥ ଗେମସ ୧୯୩୦ ରୁ ୧୯୫୦ ଯାଏ ବ୍ରିଟିଶ ସାମ୍ରାଜ୍ୟ ଗେମସ , ୧୯୫୪ ରୁ ୧୯୬୬ ଯାଏ ବ୍ରିଟଶ ସାମ୍ରାଜ୍ୟ ଏବଂ କମନୱେଲଥ ଗେମସ ଏବଂ ୧୯୭୦ ରୁ ୧୯୭୪ ଯାଏଁ ବ୍ରିଟିଶ କମନୱେଲଥ ଗେମସ ଭାବରେ ଜଣାଶୁଣାଥିଲା । ୨୦୧୮ ରେ, ଖେଳଗୁଡିକ ପ୍ରଥମ ସର୍ବଭାରତୀୟ ମଲ୍ଟି-ସ୍ପୋର୍ଟ ଇଭେଣ୍ଟ ଭାବରେ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳା ପଦକ ଇଭେଣ୍ଟ ପ୍ରଦର୍ଶନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking