31.1 C
Bhubaneswar
Friday, October 18, 2024
Homeଓଡିଶାକାଳୀପୂଜା ଏବଂ ଦୀପାବଳି ପାଇଁ କଟକରେ କଡ଼ା ପାଟ୍ରୋଲିଂ କରିବ କମିଶନରେଟ ପୋଲିସ

କାଳୀପୂଜା ଏବଂ ଦୀପାବଳି ପାଇଁ କଟକରେ କଡ଼ା ପାଟ୍ରୋଲିଂ କରିବ କମିଶନରେଟ ପୋଲିସ

କଟକ : କାଳୀପୂଜା ପାଇଁ କଟକ କମିଶନରରେଟ ପୋଲିସ ର ପ୍ରସ୍ତୁତି ବୈଠକ। ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ କାଳୀପୂଜା ନିମନ୍ତେ କଟକ ଡିସିପିଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଚାଲିଛି। ବୈଠକରେ ଉପସ୍ଥିତ ଅଛନ୍ତି କଟକ ଡିସିପି, ସମସ୍ତ ଥାନା ଅଧିକାରୀ ସମେତ ସବୁ ଜୋନ ACP  ଓ ଅନ୍ୟ ପୋଲିସ କର୍ମଚାରୀ।କିଭଳି କାଳୀ ପୂଜା ଓ ଦୀପାବଳିକୁ ସୁରୁଖୁରୁରେ ଶେଷ କରାଯିବ ତା ଉପରେ ଆଲୋଚନା କରାଯାଉଛି।

ସୁରକ୍ଷା ଦୃଷ୍ଟିରୁ କାଳୀ ପୂଜା ପାଇଁ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୬  ଜଣ ଅତିରିକ୍ତ ଡିସିପି ୩୦୦ ପୋଲିସ ଅଫିସର ମୁତୟନ ରହିବେ । କଟକରେ ୯୦ଟି କାଳୀ ମେଢ, ତନ୍ମଧ୍ୟରୁ ୨୫ଟି ଚାନ୍ଦି ଓ ସୁନା ମେଢ ହୋଉଛି। ବାଣ ଫୁଟାଇବା ପାଇଁ ୮ ରୁ ୧୦ଟା ପର୍ଯ୍ୟନ୍ତ ସମୟ ରହିଛି। କୌଣସି ପ୍ରକାର ବିସ୍ପୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ପୋଲିସ ପେଟ୍ରୋଲିଂ କଡାକଡ଼ି କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking