20.1 C
Bhubaneswar
Wednesday, November 20, 2024
Homeଖେଳକୋଚ୍‌ଙ୍କୁ ହଟାଇବେ ଏମ୍ମା ରାଡୁକାନୁ

କୋଚ୍‌ଙ୍କୁ ହଟାଇବେ ଏମ୍ମା ରାଡୁକାନୁ

ଲଣ୍ଡନ: ଚଳିତ ବର୍ଷର ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତି ଚାଞ୍ଚଲ୍ୟ ଖେଳାଇ ଦେବା ସହ ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ୍‌ରେ ୨୨ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବ୍ରିଟିଶ୍ ଟିନ୍‌ଏଜ୍ ଟେନିସ୍ ସେନ୍‌ସେନ୍ ଏମ୍ମା ରାଡୁକାନୁ ତାଙ୍କ କୋଚ୍ ଆଣ୍ଡ୍ର‌୍ୟୁ ରିଚାର୍ଡସନ୍‌ଙ୍କୁ ହଟାଇବା ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ଡବ୍ଲ୍ୟୁଟିଏ ଟୁର୍‌ର ଶୀର୍ଷ ସ୍ତରରେ ପହଞ୍ଚାଇବାର ଅଭିଜ୍ଞତା ରଖିଥିବା ଜଣେ କୋଚ୍‌ଙ୍କୁ ରିଚାର୍ଡସନ୍‌ଙ୍କ ସ୍ଥାନରେ ଅବସ୍ଥାପିତ କରିବା ଲକ୍ଷ୍ୟରେ ରହିଛନ୍ତି । ବ୍ରିଟିଶ ଯୁବ ଟେନିସ୍ ଖେଳାଳିଙ୍କୁ କୋଚିଂ ଦେଉଥିବା ରିଚାର୍ଡସନ୍ ବ୍ରୋମଲେ ଟେନିସ୍ ସେଣ୍ଟରରେ ରାଡୁକାନୁଙ୍କ ସହ କାର୍ଯ୍ୟ କରୁଥିଲେ । ଏହାପରେ କ୍ୟାରିୟର୍‌ର ଦ୍ୱିତୀୟ ମେଜର ଟୁର୍ଣ୍ଣାମେଣ୍ଟ୍‌ର କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ୧୮ ବର୍ଷୀୟା ରାଡୁକାନୁଙ୍କ ସହ ନ୍ୟୁୟର୍କ ଗସ୍ତ କରିଥିଲେ ।

ରିଚାର୍ଡସନ୍ ଗତ ଜୁଲାଇରେ ଆଣ୍ଡି ମରେଙ୍କ ଶ୍ୱଶୁର ନିଗେଲ୍ ସିୟର୍ସଙ୍କ ସ୍ଥାନରେ ରାଡୁକାନୁଙ୍କ କୋଚ୍ ହୋଇଥିଲେ । ଉକ୍ତ ମାସରେ ଅନୁଷ୍ଠିତ ୱିମ୍ବଲଡନ୍ ଓପନ୍‌ର ଅନ୍ତିମ ୧୬ରେ ପ୍ରବେଶ କରିବା ପରେ ରାଡୁକାନୁ ସିୟର୍ସଙ୍କୁ କୋଚ୍ ପଦରୁ ହଟାଇଦେଇଥିଲେ । ବ୍ରିଟିଶ୍ ଲନ୍ ଟେନିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଡୁକାନୁ କହିଥିଲେ ଯେ ୱିମ୍ବଲଡନ୍ ପରେ ମୋ ର‌୍ୟାଙ୍କ୍ ୨୦୦ ପାଖାପାଖି ହୋଇଯାଇଥିଲା ଏବଂ ମୁଁ ଭାବିଥିଲି ଆଣ୍ଡ୍ର‌୍ୟୁ ଜଣେ ଭଲ କୋଚ୍ ହୋଇପାରିବେ । ତେଣୁ ତାଙ୍କ ସହ ୟୁଏସ୍‌ଏ ଯାଇଥିଲି, ମାତ୍ର ୟୁଏସ୍ ଓପନ୍ ଜିତିବି ବୋଲି କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି । କ୍ୟାରିୟର୍‌ର ବର୍ତ୍ତମାନ ପର୍ଯ୍ୟାୟରେ ମୋତେ ବିଶ୍ୱର ଶୀର୍ଷ ସ୍ଥାନୀୟ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ପଡ଼ିବ । ତେଣୁ ଡବ୍ଲ୍ୟୁଟିଏ ଟୁର୍‌ର ଅଭିଜ୍ଞତା ଥିବା ଶୀର୍ଷ ସ୍ତରୀୟ କୋଚ୍‌ଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking