19.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶସତ ହେବାକୁ ଯାଉଛି କଳ୍ପନା ସହର ୨୦୨୫ରେ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ...

ସତ ହେବାକୁ ଯାଉଛି କଳ୍ପନା ସହର ୨୦୨୫ରେ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ ସହର

ନୂଆଦିଲ୍ଲୀ : ଭାସମାନ ସହର ବିଚାର ଖୁବ୍‌ଶୀଘ୍ର ସତ ହେବାକୁ ଯାଉଛି । ଦକ୍ଷିଣ କୋରିଆର ବୁସାନରେ ଗଢ଼ିଉଠିବ ବିଶ୍ୱର ପ୍ରଥମ ଭାସମାନ ସହର । ଏଠାରେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସମର୍ଥିତ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଭାସମାନ ସହରର ପ୍ରୋଟୋଟାଇପ୍‌ ନିର୍ମାଣ କରୁଛନ୍ତି । ‘ଓସେନିକ୍ସ’ ନାମକ ଏହି ପ୍ରୋଜେକ୍ଟ ବିଷୟରେ ଗତ ବର୍ଷ ଘୋଷଣା ହୋଇଥିଲା । କିନ୍ତୁ ଏହାର ନୂଆ ଡିଜାଇନ୍‌ର ଫଟୋ ଏବେ ସାମ୍ନାକୁ ଆସିଛି ।

ଫଟୋ ଦ୍ୱାରା ବୈଜ୍ଞାନିକମାନେ ଦର୍ଶାଇଛନ୍ତି, କିଭଳି ପାଣିରେ ପରସ୍ପର ସଂଯୁକ୍ତ ପ୍ଲାଟ୍‌ଫର୍ମଗୁଡ଼ିକ ମୋଟ୍‌ ୧୫.୫ ଏକର ଆବୃତ୍ତ କରିବ । ୧୨ ହଜାର ଲୋକଙ୍କ ବସବାସ ପାଇଁ ଏହି ସ୍ଥାନ ପର୍ଯ୍ୟାପ୍ତ ହେବ । ଭାସମାନ ସହର ନିର୍ମାଣର ଖର୍ଚ୍ଚ ୨୦୦ ମିଲିଅନ୍‌ ଡଲାର ଆକଳନ କରାଯାଇଛି। ୨୦୨୫ ବେଳକୁ ଏହାର ନିର୍ମାଣ ଶେଷ କରିବାକୁ ଯୋଜନା ରହିଛି । ଓସେନିକ୍ସର ସିଇଓ ଫିଲିପ୍‌ ହଫ୍‌ମ୍ୟାନ୍‌ କହିଛନ୍ତି ‘ଏହି ଭାସମାନ ସହର ଢାଞ୍ଚା ସମୁଦ୍ର ଅଭିମୁଖେ ବିସ୍ତାର ଲାଗି ସ୍ଥାୟୀ ମାର୍ଗ ଖୋଜୁଥିବା ତଟୀୟ ସହରଗୁଡ଼ିକ ପାଇଁ ନୂଆ ଭୂମି ସୃଷ୍ଟି କରିବ । ସମୁଦ୍ର ସ୍ତର ବୃଦ୍ଧି ସହ ମଧ୍ୟ ଲୋକେ ଖାପଖୁଆଇ ପାରିବେ ।’

ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଏହି ପ୍ରୋଜେକ୍ଟର ଲକ୍ଷ୍ୟ । ସମୁଦ୍ର ସ୍ତର ବୃଦ୍ଧି ଯୋଗୁ ଧ୍ୱଂସ ଆଶଙ୍କା ଭିତରେ ଥିବା ସମୁଦାୟ ଏହା ଦ୍ୱାରା ବିଶେଷ ଲାଭବାନ ହୋଇପାରିବେ । ଓସେନିକ୍ସ ଅନୁସାରେ, ବିଶ୍ୱରେ ପ୍ରତି ୫ ଜଣରେ ୨ ଜଣ ବ୍ୟକ୍ତି ସମୁଦ୍ର ତଟର ୧୦୦ କିମି ମଧ୍ୟରେ ବାସ କରୁଛନ୍ତି । ପ୍ରତି ବର୍ଷ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ବାସହରା ହେଉଛନ୍ତି । ଏହି ସ୍ଥିତିରେ ନିରନ୍ତର ଓ ସ୍ଥାୟୀ ସହର ପାଇଁ ଓସେନିକ୍ସ ଏକ ଉତ୍ତମ ବିକଳ୍ପ ହେବ ବୋଲି ଏହି ପ୍ରକଳ୍ପର ମୁଖ୍ୟ ସ୍ଥାପତ୍ୟ ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି । ଚମତ୍କାର ନୀଳ ଲାଗୁନ୍‌ ଉପରେ ଏହି ଭାସମାନ ସହର ନିର୍ମିତ ହେବ । ପୋଲ ଦ୍ୱାରା ପ୍ରତ୍ୟେକ ପ୍ଲାଟ୍‌ଫର୍ମ ପରସ୍ପର ସହ ଯୋଡ଼ି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking