17.1 C
Bhubaneswar
Monday, November 25, 2024
Homeଅପରାଧକମ୍ପାଉଣ୍ଡରଙ୍କ ହେଭି ଡୋଜ୍ ଯୋଗୁ ଚାଲିଗଲା ଶିଶୁର ଜୀବନ

କମ୍ପାଉଣ୍ଡରଙ୍କ ହେଭି ଡୋଜ୍ ଯୋଗୁ ଚାଲିଗଲା ଶିଶୁର ଜୀବନ

ଅଲିଗଡ : ଉତ୍ତରପ୍ରଦେଶ ଅଲିଗଡର ଏକ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ଝାଡାବାନ୍ତିରେ ଆକ୍ରାନ୍ତ ଏକ ଶିଶୁକୁ କମ୍ପାଉଣ୍ଡର ହେଭି ଡୋଜ୍ ମେଡିସିନ୍ ଦେଇଦେବାରୁ ପ୍ରତିକ୍ରିୟା ହୋଇ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁର ପରିବାର ଲୋକେ ଏଥିପାଇଁ ହସ୍ପିଟାଲ ପ୍ରବନ୍ଧକ ଓ କମ୍ପାଉଣ୍ଡରଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଦୃଢ କା ର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ସୂଚନା ମୁତାବକ, ଆଲିଗଡର ଏକ ପରିବାର ଶିଶୁକୁ ଧରି ଶନିବାର ରାତିରେ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେ ସମୟରେ ହସ୍ପିଟାଲରେ କେହି ଡାକ୍ତର ନଥିଲେ । ଫଳରେ କମ୍ପାଉଣ୍ଡର ଶିଶୁକୁ ମେଡସିନ୍ ଦେଇଥିଲେ । କିନ୍ତୁ ଓଭର ଡୋଜ୍ ମେଡିସିନ୍ ଦେବାରୁ ଶିଶୁ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ପ୍ରଶାସନ ପହଞ୍ଚି ପୁରା ହସ୍ପିଟାଲକୁ ସିଜ୍ କରିବା ସହ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking