19.1 C
Bhubaneswar
Monday, November 18, 2024
Homeଓଡିଶାବାତ୍ୟା ନିରୋଧି ବନୀକରଣର ସମୀକ୍ଷାକଲେ ମୁଖ୍ୟ ଶାସନ ସଚିବ

ବାତ୍ୟା ନିରୋଧି ବନୀକରଣର ସମୀକ୍ଷାକଲେ ମୁଖ୍ୟ ଶାସନ ସଚିବ

ପୁରୀ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ଅସ୍ତରଙ୍ଗ ଓ କାକଟପୁର ସହିତ ଜିଲ୍ଲାର ସମସ୍ତ ସମୁଦ୍ରକୂଳିଆ ଅଞ୍ଚଳ, ବନଖଣ୍ଡ-ଅଭୟାରଣ୍ୟ, ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତା, ନୂଆ ମୁହାଣ ଅଞ୍ଚଳ, ପୁରୀ-ସାତପଡ଼ା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସେ ସମୀକ୍ଷା କରିଥିଲେ । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

ଅନ୍ୟପଟେ ବର, ଅଶ୍ୱସ୍ତ, ଆକାଶିଆ, କାଜୁ ଓ ଜାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ଡାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ଼ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଜଙ୍ଗଲ ଅଧିକାରୀ ପି. ରମା ସ୍ୱାମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟ୍‌କୋ ଜେନେରାଲ୍ ମ୍ୟାନେଜର୍ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧,୭୮,୩୭୫ଟି ଚାରାରୋପଣ ସହ ୧୪,୬୦୦ ଚାରା ବଣ୍ଟନ କରାଯାଇଥିଲା । ଆସନ୍ତା ଆର୍ôଥକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬,୮୫,୨୫୦ ଚାରାରୋପଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking