29.1 C
Bhubaneswar
Monday, November 18, 2024
Homeଓଡିଶାକେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ ଆର୍ôଥକ ଦୂର୍ବଳ ଓ ଜନଜାତି ଶ୍ରେଣୀର । କେନ୍ଦୁପତ୍ର ସେମାନଙ୍କ ଆର୍ôଥକ ମେରୁଦଣ୍ଡକୁ ସୁଦୃଢ କରିଥାଏ । କେନ୍ଦୁପତ୍ର ତୋଳି ତାକୁ ବିକ୍ରୀ କରିବା ସେମାନଙ୍କ ଜଙ୍ଗଲ ଅଧିକାର ଅନ୍ତର୍ଭୁକ୍ତ ।

ଏଭଳି ସ୍ଥିତିରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ସେମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରୁଛି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ୱାର୍କରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ପ୍ରତିଶତ ଜିଏସଟି କେନ୍ଦୁପତ୍ର ବ୍ୟବସାୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଜିଏସଟି ଦ୍ୱାରା ଅନେକ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହ ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ମଧ୍ୟ ପ୍ରଭାବିତ ହେଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking