ଭୁବନେଶ୍ୱର : କଣ୍ଟାବାଞ୍ଝି ଆସନରେ ବଦଳିଲା ଟ୍ରେଣ୍ଡ । ଦ୍ଵିତୀୟ ରାଉଣ୍ଡ ପରେ ବିଧାନସଭା ଆସନରେ ପଛରେ ପଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପିର ଲକ୍ଷ୍ମଣ ବାଗଙ୍କ ଠାରୁ ୫୨୧ ଭୋଟ ରେ ପଛୁଆ ଅଛନ୍ତି । ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ନବୀନଙ୍କୁ ୫ ହଜାର ୩ ଭୋଟ । କଣ୍ଟାବାଂଜି ବାଦ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବି ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ସେଠାରେ ସେ ହଜାରେ ଭୋଟରେ ଆଗରେ ଥିବା ଜଣାଯାଇଛି । କିନ୍ତୁ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗରେ ଆଛନ୍ତି । ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କ ଠାରୁ ୧ ହଜାର ୧୨୮ ଭୋଟରେ ଆଗରେ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ୩ ହଜାର ୮୦୬ ଭୋଟ୍ ମିଳିଛି ।
ନବୀନଙ୍କୁ ବାଦ ଦେଲେ ବଡ଼ଚଣା ବିଧାନସଭାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି ପଦ୍ମପୁର ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା।
ଏପ୍ରିଲ ୧୯ରେ ଆରମ୍ଭ ବୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି ।