27.1 C
Bhubaneswar
Sunday, March 29, 2026
Homeଓଡିଶାକାଡ୍ରାକା ଆପାଲା ସ୍ବାମିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

କାଡ୍ରାକା ଆପାଲା ସ୍ବାମିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଗତ ସରକାରଙ୍କ ଦ୍ବାରା ୨୬ ନଭେମ୍ବର ୨୦୨୦ ମସିହାରେ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ସେହି ବିଜ୍ଞପ୍ତି ନିୟମ ଅନୁଯାୟୀ ୩ ପ୍ରତିଶତ ସୁଧରେ ଗୃହ ଋଣ, ଚାରି ଚକିଆ ଯାନ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି, ଏହି ସୁବିଧା କେଉଁ ଜିଲ୍ଲାର କେତୋଟି ସାମ୍ବାଦିକ ମାନେ ପାଇଛନ୍ତି, ରାୟଗଡା ଜିଲ୍ଲାର କେତୋଟି ସାମ୍ବାଦିକ ପାଇଛନ୍ତି, କେଉଁ ସାମ୍ବାଦିକ ଉପକୃତ ହୋଇଛନ୍ତି ସୂଚନା ଦେବେ କି, ଏନେଇ ରାୟଗଡା ଜିଲ୍ଲାରେ ଯେଉଁ ସାମ୍ବାଦିକମାନେ ଆବେଦନ କରିଛନ୍ତି ତାଙ୍କ ଦରଖାସ୍ତ ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ଏହା ସହ ରାଜ୍ୟର ସମ୍ବାଦିକ ମାନେ ବାରମ୍ଵାର ଦାବିକରି ଆସୁଥିବା ସୁରକ୍ଷା ଉପରେ କ’ଣ ପ୍ରସ୍ତାବ ଗ୍ରହଣ କରାଯାଇଛି ଜଣାଇବେ କି ? ବୋଲି ଶ୍ରୀ କାଡ୍ରାକା ଆପାଲା ସ୍ବାମି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିଥିଲେ ।
ଉତ୍ତରରେ ଶ୍ରୀଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ତା. ୨୬ ନଭେମ୍ବର ୨୦୨୦ ମସିହାରେ ପ୍ରକାଶିତ ଅଧୁନିୟମରେ ଗୃହ, ଚାରି ଚକିଆ ଓ ଦୁଇ ଚକିୟା ଯାନ ଋଣର ସୁଧ ଉପରେ ୩ ପ୍ରତିଶତ ରିହାତିର ଉଲ୍ଲେଖ କରାଯାଇଛି । ଏହି ନିର୍ଦ୍ଦେଶିକାର କାର୍ଯ୍ୟକାରିତା ଉପରେ ନିମ୍ନଲିଖିତ ଅସୁବିଧା ହେତୁ କୌଣସି ନିଷ୍ପରି ନିଆଯାଇପାରି ନାହିଁ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ସକାଶେ ନିର୍ଦ୍ଦେଶକ, ପ୍ରାତିଷ୍ଠାନିକ ଅର୍ଥ ବ୍ୟବସ୍ଥା (Director, Institutional Finance)ଙ୍କ ସହିତ ପତ୍ରାଳାପ ହୋଇଛି । ଏହି ପ୍ରସଙ୍ଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ବାର୍ଷିକ ଟ.୫୦,୦୦୦ ଙ୍କା ଆୟ ସୀମା ଅନ୍ତର୍ଭୁକ୍ତ ଋଣଗ୍ରହୀତା ସାମ୍ବାଦିକମାନଙ୍କ ଦ୍ବାରା ମୂଳ ଓ ସୁଧ (ରିହାତି ଯୁକ୍ତ)ର ପରିଶୋଧ ସମ୍ଭାବନା ସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ସହମତି ହୋଇପାରୁ ନାହିଁ । ଏ ସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମିଶିକରି ଦ୍ଵିପାକ୍ଷିକ ପଦକ୍ଷେପ ନିଆଯିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ଼ାଙ୍କ ସୁପାରିଶ ସହିତ ଗୃହ ଋଣ ପାଇଁ ଗୋଟିଏ ଆବେଦନ ବିଭାଗକୁ ଆସିଅଛି । ପୂର୍ବ ପୂର୍ବ ବର୍ଣିତ ପଦକ୍ଷେପ ଅନୁଯାୟୀ ଏହି ଆବେଦନର ବିଚାର କରାଯିବ । ରାଜ୍ୟର ସାମ୍ବାଦିକମାନେ ବାରମ୍ବାର ଦାବୀ କରି ଆସୁଥିବା ସୁରକ୍ଷା ଉପରେ ସରକାର ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ଗୃହବିଭାଗ ପ୍ରଚଳିତ ଆଇନର ବ୍ୟବସ୍ଥା କ୍ରମେ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଥାଆନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking