18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକୋର୍ଟଗୁଡ଼ିକର ଭିତ୍ତିଭୂମିକୁ ନେଇ ପ୍ରଧାନ ବିଚାରପତିଙ୍କ ଉଦ୍‌ବେଗ

କୋର୍ଟଗୁଡ଼ିକର ଭିତ୍ତିଭୂମିକୁ ନେଇ ପ୍ରଧାନ ବିଚାରପତିଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଦେଶରେ ଥିବା କୋର୍ଟଗୁଡ଼ିକର ଭିତ୍ତିଭୂମିକୁ ନେଇ ସୁପିମକୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶନିବାର ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ପରିସରର ଉଦ୍‌ଘାଟନୀ ସମାରୋହ ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେଣ ରିଜିଜୁଙ୍କ ଉପସ୍ଥିତିରେ ବିଚାରପତି ରମନ୍ନା କହିଛନ୍ତି ଯେ ଦେଶର କୋର୍ଟଗୁଡ଼ିକର ଭିତ୍ତିଭୂମି ପ୍ରତି ପୂର୍ବରୁ କେବେ ଧ୍ୟାନ ଦିଆଯାଇ ନାହିଁ । ଫଳରେ କୋର୍ଟରେ ବିଚାରବିଭାଗୀୟ ଅଧିକାରୀଙ୍କ ବସିବା ନିମନ୍ତେ ପର୍ଯ୍ୟାପ୍ତ ଗୃହ କିମ୍ବା ଟଏଲେଟ୍‌ର ସଠିକ୍ ବ୍ୟବସ୍ଥା ନାହିଁ । ସେ ଆହୁରି କହିଛନ୍ତି ମାତ୍ର ୫ ପ୍ରତିଶତ କୋର୍ଟ ପରିସରରେ ଆଧାରଭୂତ ମେଡିକାଲ୍ ସୁବିଧା ଥିବାବେଳେ ୨୬ ପ୍ରତିଶତ କୋର୍ଟରେ ମହିଳାଙ୍କ ପାଇଁ ଅଲଗା ଟଏଲେଟ୍ ବ୍ୟବସ୍ଥା ନାହିଁ ।

ସେହିପରି ୧୬ ପ୍ରତିଶତ କୋର୍ଟରେ ଗୋଟିଏ ବି ଟଏଲେଟ୍ ସୁବିଧା ନଥିବା ସେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ପ୍ରାୟ ୫୦ ପ୍ରତିଶତ କୋର୍ଟରେ ଲାଇବ୍ରେରୀ ନଥିବା ବେଳେ ୪୬ ପ୍ରତିଶତ କୋର୍ଟରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ । ଉପଯୁକ୍ତ ଭିତ୍ତିଭୂମି ଉପରେ ଜୋର୍ ଦେଇ ଜଷ୍ଟିସ୍ ରମନ୍ନା କହିଛନ୍ତି, ଯଦି ଆପଣ ବିଚାର ବିଭାଗୀୟ ବ୍ୟବସ୍ଥାରୁ ଉନ୍ନତ ପରିଣାମ ଚାହାନ୍ତି, ତେବେ ଏହା ବର୍ତ୍ତମାନର ପରିସ୍ଥିତିରେ ଅସମ୍ଭବ । ଜଷ୍ଟିସ୍ ରମନ୍ନା କହିଥିଲେ ବିଚାର ବିଭାଗୀୟ ଭିତ୍ତିଭୂମି ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଦେଇଛି ଏବଂ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ମନ୍ତ୍ରୀ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଛି ।

ଏହା ସହିତ ଭାରତରେ ଥିବା ଅଦାଲତ ଲୋକଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷିତ ରଖିବେ ବୋଲି ସେ ଆଶ୍ୱାସନା ଦେଇଥିଲେ । ସାଧାରଣତଃ ଅପରାଧୀ ଓ ପୀଡ଼ିତ ବ୍ୟକ୍ତି ହିଁ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି ଏବଂ ଜୀବନରେ କେବେ ବି ଅଦାଲତର ମୁହଁ ଦେଖିନଥିବା କହି ଲୋକମାନେ ଗର୍ବ ଅନୁଭବ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ବିଚାରପତି କହିଥିଲେ । ମାତ୍ର ଲୋକଙ୍କ ମନରୁ ଏହି ଧାରଣା ହଟାଇବା ସହ ଅଦାଲତ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ରହିଛି ବୋଲି ସେମାନଙ୍କୁ ବୁଝାଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking