22.1 C
Bhubaneswar
Thursday, December 5, 2024
Homeଓଡିଶାଭୁବନେଶ୍ୱରଆଜି ସରିବ ମାଟ୍ରିକ୍ ଖାତା ଦେଖା

ଆଜି ସରିବ ମାଟ୍ରିକ୍ ଖାତା ଦେଖା

ଭୁବନେଶ୍ୱର : ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ବା ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ୬୦ଟି ମୂଲ୍ୟାୟନ କେନ୍ଦ୍ର ମଧ୍ୟରୁ ଅଧିକାଂଶ କେନ୍ଦ୍ରରେ ଖାତା ଦେଖା ସରିଥିବା ବେଳେ ଆଉ କିଛି ହାତଗଣତି ସେଣ୍ଟରରେ ଆସନ୍ତାକାଲି ସୁଦ୍ଧା ଖାତା ଦେଖା ସରିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀ ମୂଲ୍ୟାୟନ କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି । ଗଣିତ ପରୀକ୍ଷା ସବଜେକଟିଭ୍ ପ୍ରଶ୍ନରେ ନିର୍ଦ୍ଦିଷ୍ଟ ଏକ ପ୍ରଶ୍ନକୁ ନେଇ ଉଠିଥିବା ଅଭିଯୋଗର ବିଚାର କରି ଭକ୍ତ ବିଷୟରେ ୪ ନମ୍ବର ଗ୍ରେସ୍ ମାର୍କ ଦିଆଯାଇଥିବା ସୂଚନା ମିଳିଛି। ‘ଏ’ ସେଟ୍ ପ୍ରଶ୍ନପତ୍ର ୨ ନମ୍ବର ‘ବି’ ସେଟ୍ର ୩ ନମ୍ବର , ‘ସି’ ସେଟ୍‌ର ୧ ନମ୍ବର ଓ ‘ଡି’ ସେଟ୍ ୩ ନମ୍ବର ପ୍ରଶ୍ନର ପୂର୍ଣ୍ଣାଙ୍ଗ ଏବଂ ସଠିକ୍ ଉତ୍ତର? ନ ଲେଖି କେବଳ ଉକ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ପରୀକ୍ଷାର୍ଥୀ ଖାତାରେ ଉଦ୍ୟମ କରିଥିବାର ପ୍ରମାଣ ମିଳିଲେ ତାଙ୍କୁ ୪ ନମ୍ବର ଗ୍ରେସ ମାର୍କ ଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା।

ଏହି ଆଧାରରେ ଗ୍ରେସ୍ ମାର୍କ ମିଳିଥିବା ମୂଲ୍ୟାୟନକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମୂଲ୍ୟାୟନ କେନ୍ଦ୍ରରୁ ହିଁ ଏବେ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବର ଆଧାରରେ ମାର୍କଗୁଡ଼ିକ ଅପଲୋଡ୍ କରାଯାଉଥିବା ସୂଚନା ମିଳିଛି । ଏଥିଲାଗି ବୋର୍ଡ ପକ୍ଷରୁ ମେକର୍ ଓ ଚେକର୍‌ଙ୍କୁ ନିୟୋଜିତ କରାଯାଇଛି। ମୂଲ୍ୟାୟନ ହୋଇଥିବା ପରୀକ୍ଷାର୍ଥୀଙ୍କ ମାର୍କ ରୋଲ ନମ୍ବର ଅନୁସାରେ ମେକର୍ ଅପଲୋଡ୍ କରିବେ। ମୂଲ୍ୟାୟନ ହୋଇଥିବା ମାର୍କ ଠିକ୍ ଭାବେ ରୋଲ ନମ୍ବର ଆଧାରରେ ଅପଲୋଡ୍ ହୋଇଛି କି ନାହିଁ ତାହାକୁ ଚେକର୍ ଯାଞ୍ଚ କରିବା ଲାଗି ବ୍ୟବସ୍ଥା ରହିଛି। ମାର୍କ ଅପଲୋଡ୍ ଲାଗି ବୋର୍ଡ ପକ୍ଷରୁ ଧାର୍ୟ୍ୟ ୱେବସାଇଟ୍‌ରେ ହିଁ ପରୀକ୍ଷାର୍ଥୀମାନଙ୍କ ମାର୍କ ଅପଲୋଡ୍ କରାଯାଉଛି । ସୂଚନାଯୋଗ୍ୟ, ୮୦ ନମ୍ବର ବିଶିଷ୍ଟ ଏହି ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷାର ମୂଲ୍ୟାୟନ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା । ଏଥିରେ ୩୦ ନମ୍ବର ସମ୍ବଳିତ ସବୁକ୍ତିଭ ପ୍ରଶ୍ନର ଉତ୍ତରଖାତା ରାଜ୍ୟର ୬୦ଟି କେନ୍ଦ୍ରରେ ଶିକ୍ଷକମାନେ ମୂଲ୍ୟାୟନ କରିଥିବାବେଳେ ଅବଶିଷ୍ଟ ୫୦ ନମ୍ବର ଉତ୍ତର ଓଏମ୍‌ଆର ସିଟ୍‌ରେ ଥିଲା । ଭକ୍ତ ଓଏମ୍ଆର ଉତ୍ତର ସିଟ୍ କମ୍ପ୍ୟୁଟର ଦ୍ଵାରା ମୂଲ୍ୟାୟନ କରାଯାଇଥିଲା। କମ୍ପ୍ୟୁଟର ଦ୍ଵାରା ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଶେଷ ହୋଇସାରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking