ନୂଆଦିଲ୍ଲୀ : ସିଏଏ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ସିଏଏ-ସିଟିଜେନ୍ସିପ୍ ଆମେଣ୍ଟମେଣ୍ଡ ଆକ୍ଟ । ୩ ପଡୋଶୀ ଦେଶର ଶରାର୍ଥୀଙ୍କୁ ମିଳିବ ନାଗରିକତ୍ୱ । ୩ ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀ ଉପକୃତ ହେବେ । ୩ ପଡୋଶୀ ଦେଶ- ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ । ପ୍ରାୟ ୩୦ ହଜାର ଶରଣାର୍ଥୀ ଉପକୃତ ହେବେ । କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଆଜିଠାରୁ ଦେଶରେ ନାଗରିକ ସଂଶୋଧନ ବିଧେୟକ ଲାଗୁ ହେବ । ନାଗରିକ ସଂଶୋଧନ ବିଧେୟକ ବା ସିଏଏ ୫ ବର୍ଷ ତଳୁ ସଂସଦରେ ପାରିତ ହୋଇସାରିଛି । କିଛିଦିନ ତଳେ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହା ନାଗରିକ ସଂଶୋଧନ ବିଲ୍ ଲାଗୁ ନେଇ ସ୍ପଷ୍ଟ କରିଥିଲେ । ସେ ଘୋଷଣା କରିଥିଲେ କି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ । ୨୦୧୯ ମସିହାରେ କେନ୍ଦ୍ର ସରକାର ନାଗରିକତା ଆଇନର ସଂଶୋଧନ କରିଥିଲେ । ନିୟମ ମୁତାବକ ନାଗରିକତା ପ୍ରଦାନ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ରହିଛି ।