29.1 C
Bhubaneswar
Friday, October 18, 2024
Homeଓଡିଶାଓଡିଶା ଗସ୍ତରେ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍, ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ଜାରି

ଓଡିଶା ଗସ୍ତରେ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍, ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ଜାରି

ଭୁବନେଶ୍ଵର : ଓଡିଶା ଗସ୍ତରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଖାରବେଳ ଭବନ ଠାରେ ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କ ସହ ବୈଠକ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଚାଲିଛି ଆଲୋଚନା । ନିର୍ବାଚନ କମିଶନରଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଆସିବା ରାଜ୍ୟ ରାଜନୀତିକୁ ପୁଣି ଥରେ ଚଳଚଞ୍ଚଳ କରିଦେଇଛି । ଗୋଟିଏ ପଟେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗ ଓଡ଼ିଶା ଆସିବା ରାଜନୈତିକ ମାହୋଲକୁ ସରଗରମ କରିଛି । ନିର୍ବାଚନ ପାଇଁ ବିଧିବଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ କେତେବେଳେ ବି ରାଜ୍ୟରେ ନିର୍ବାଚନ ହୋଇ ଯାଇପାରେ ବୋଲି କୁହାଯାଉଛି । ସୂଚନା ଯୋଗ୍ୟ ଯେ, ଆଗୁଆ ନିର୍ବାଚନ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ ଓ ଭିଭିପାଟ ହେବ ଯାଞ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking